ବାଇପାସ ନିର୍ମାଣ ଦାବିରେ ୧୨ ଘଣ୍ଟିଆ ବଲାଙ୍ଗୀର ବନ୍ଦ

Published By : Prameya-News7 Bureau | August 10, 2018 IST

ବଲାଙ୍ଗୀର ୧୦/୮ : ବଲାଙ୍ଗୀରରେ ଚାଲିଛି ୨ଦିନିଆ ବନ୍ଦ ପାଳନ | ବାଇପାସ ନିର୍ମାଣ ଦାବିରେ ଗତକାଲି ବଲାଙ୍ଗୀର କ୍ରିୟାନୁଷ୍ଠାନ କମିଟି ବନ୍ଦ ପାଳନ କରିଥିଲା | ଆଜି ବଜ୍ରାଙ୍ଗ ଦଳ ବନ୍ଦ ପାଳନ କରୁଛି | ସକାଳ ୬ଟା ରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରାଯାଉଛି | ଜିଲ୍ଲାର ବିଭିନ୍ନ ସଂଗଠନ, ବିଭିନ୍ନ କମିଟି, ଟ୍ରାକ,ବସ,ଅଟୋ ସଂଘ ସହ ବାର ଆସୋସିଏସନ , ସମସ୍ତ କମିଟି ଓ ଆସୋସିଏସନ ବନ୍ଦକୁ ସମର୍ଥନ କରିଛନ୍ତି | ଗତକାଲି ଭଳି ଆଜି ମଧ୍ୟ ଦୋକାନ ବଜାର, ସ୍କୁଲ କଲେଜ, ସରକାରୀ ବେସରକାରୀ ଶିକ୍ଷନୁଷ୍ଠାନ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.