ବାଙ୍କି ଡବଲ ମର୍ଡର ଘଟଣାକୁ ନେଇ ଆନ୍ଦୋଳନ : କଂଗ୍ରେସ ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ଡାକରା, ଯାତାୟତ ଠପ୍
29/02/2020 at 10:55 AM

ବାଙ୍କି ୨୯।୦୨: ଶନିବାର ଦିନ କଂଗ୍ରେସ ପକ୍ଷରୁ ୧୨ଘଣ୍ଟିଆ ବାଙ୍କି ବନ୍ଦ ଡାକରା ଦିଆଯାଇଛି । ବାଙ୍କୀ ଡବଲ ମର୍ଡର ଘଟଣାରେ ପୋଲିସ ର ନିଷ୍କ୍ରିୟତା ଓ ଅପରାଧିମାନଙ୍କୁ ଧରିବାରେ ବିଫଳ ପ୍ରତିବାଦରେ ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଡାକରା ଯୋଗୁଁ ଗାଡି ଚଳାଚଳ ପ୍ରଭାବିତ ହୋଇଛି ।

ସୂଚନାଯୋଗ୍ୟ ଯେ, ବାଙ୍କିରେ ଡବଲ ମର୍ଡର ଘଟଣାରେ ପୋଲିସର ନିଷ୍କ୍ରିୟତାକୁ ନେଇ ବନ୍ଦ ଡକାରା ଦିଆଯାଇଛି । ଅଭିଯୁକ୍ତ ମାନେ ଖୁଲମଖୁଲା ବୁଲୁଥିବାକୁ ନେଇ କଂଗ୍ରେସ ପକ୍ଷରୁ ବାରମ୍ବାର ଗ୍ରାମାଞ୍ଚଳ ଏସପିଙ୍କ ଠାରୁ ଆରମ୍ଭ କରି ପୋଲିସ ମହାନିର୍ଦ୍ଦେଶକ ଓ ବିଧାନସଭାରେ ଉକ୍ତ ଘଟଣାକୁ ପ୍ରସଙ୍ଗ କରାଯାଇଥିଲେ । କିନ୍ତୁ ଏ ଘଟଣାରେ ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ବଫଳ ହୋଇଥିବାରୁ ପ୍ରତିବାଦ ବନ୍ଦ ଡାକରା ଦିଆଯାଇଛି ।

ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ବରେ ୧୨ ଘଣ୍ଟିଆ ବାଙ୍କୀ ବନ୍ଦ ଡାକରା ଦିଆଯାଇଥିବା ବେଳେ ତାର ପ୍ରଭାବ ସକାଳୁ ସକାଳୁ ଦେଖିବାକୁ ମିଳିଛି । ବାଙ୍କୀ ନୃସିଂହ ଛକ, ମେଡିକାଲ ଛକ, କଚେରୀ ଛକ,ଏନଏସି ଛକ, ଯାତମୁଣ୍ଡିଆ, କଳାପଥର ବୈଦୈଶ୍ବର ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି। ରାସ୍ତ ଅବରୋଧ ଯୋଗୁଁ ବାଙ୍କୀ ରୁ କଟକ, ଭୂବନେଶ୍ବର ,ଖୋର୍ଦ୍ଧା , ନୟାଗଡ, କଣ୍ଟିଲୋ , ଖଣ୍ଡପଡା ଆଦି ଅଞ୍ଚଳକୁ ଯୋଗାଯୋଗ ସଂପୂର୍ଣ୍ଣ ଠପ୍ ହୋଇପଡିଛି। ସେପଟେ ଏହାର ପ୍ରଭାବ ରେ ବାଙ୍କୀ ଅଞ୍ଚଳରେ ଥିବା ସମସ୍ତ ଦୋକାନ ବଜାର ପେଟ୍ରୋଲ ପମ୍ପ ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ବନ୍ଦ ରହିଛି। କଂଗ୍ରେସ ପକ୍ଷରୁ ଦାବି ଯଥାଶୀଘ୍ର ମୁଖ୍ୟ ଆସାମୀ ମାନଙ୍କୁ ଗିରଫ ଓ ହତ୍ୟା କାଣ୍ଡର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ କଲେ ଦାବି କରାଯାଇଛି ।