ବଙ୍ଗୋମୁଣ୍ଡାକୁ NAC ମାନ୍ୟତା ଦାବି, ୧୨ ଘଣ୍ଟିଆ ବନ୍ଦ ପାଳନ

Published By : Prameya-News7 Bureau | February 27, 2024 IST

କଣ୍ଟାବାଞ୍ଜି ୨୭।୦୨ : ୧୨ ଘଣ୍ଟିଆ ବଙ୍ଗୋମୁଣ୍ଡା ବନ୍ଦ । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାକୁ ଏନ୍‌ଏସି ମାନ୍ୟତା ଦାବି ନେଇ ବଙ୍ଗୋମୁଣ୍ଡା ପଞ୍ଚାୟତବାସୀଙ୍କ ପକ୍ଷରୁ ୧୨ ଘଣ୍ଟିଆ ବଙ୍ଗୋମୁଣ୍ଡା ବନ୍ଦ ପାଳନ ହେୁଛି ।  

ବଙ୍ଗୋମୁଣ୍ଡାକୁ ଏନ୍‌ଏସି ନକରାଯାଇ ଦୀର୍ଘ ବର୍ଷ ହେଲା ଅଣଦେଖା କରିଚାଲିଛନ୍ତି । ଏନେଇ ବାରମ୍ବାର ଆନ୍ଦୋଳନ ପରେ ଫଳ ଶୁନ୍‌ । ନିକଟରେ ନୂତନ ଏନ୍‌ଏସି ଘୋଷଣା ହୋଇଥିଲା । ହେଲେ ଏଥିରେ ବଙ୍ଗୋମୁଣ୍ଡା ନାଁ ନାହିଁ । ଯାହାକି ଅଞ୍ଚଳବାସୀ ନିରାଶ କରିଛି । ଶେଷରେ ବାଧ୍ୟ ହୋଇ ପଞ୍ଚାୟତବାସୀ ମଙ୍ଗଳବାର ସକାଳ ୬ଟାରୁ ସନ୍ଧ୍ୟା ୬ ଟା ଯାଏଁ ବଙ୍ଗୋମୁଣ୍ଡା ବନ୍ଦ ଡାକରା ଦେଇଛନ୍ତି । ଯାହାକୁ ବିଭିନ୍ନ ସଂଗଠନ ପକ୍ଷରୁ ସମର୍ଥନ କରାଯାଇଛି ।

ଏହି ବନ୍ଦ ଡାକରା ଲାଗି ସରକାରୀ ଓ ବେସରକାରୀ ଅନୁଷ୍ଠାନ, ଦୋକାନ ବଜାର, ଗାଡି ଚଳାଚଳ ବନ୍ଦ ରହିଛି । ଛାତ୍ରଛାତ୍ରୀଙ୍କ ପରୀକ୍ଷା ଯୋଗୁ ସ୍କୁଲ-କଲେଜ ଏବଂ ଜରୁରୀକାଳୀନ କାର୍ଯ୍ୟକୁ ଏହି ବନ୍ଦରୁ ବାଦ୍‌ ଦିଆଯାଇଛି । ସେପଟେ ଶାନ୍ତିଶୃଙ୍ଖଳା ପାଇଁ ଛକ ଛକରେ ପୋଲିସ ମୁତୟନ ହୋଇଛି । ଯଦି ଆଗାମୀ ଦିନରେ ସରକାର ଏହି ଦାବି ପୂରଣ ନହେଲେ, ତେବେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

wp:embed {"url":"https://www.prameyanews7.com/delhi-capitals-women-won-by-9-wkts/","type":"wp-embed","providerNameSlug":"prameya-news-7"}
https://www.prameyanews7.com/delhi-capitals-women-won-by-9-wkts/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.