ଥାନା ଅଧିକାରୀ-ଓକିଲ ସଂଘ ବିବାଦ : ଓକିଲ ସଂଘ ପକ୍ଷରୁ କବିସୂର୍ଯ୍ୟନଗର ବନ୍ଦ ପାଳନ

Published By : Prameya-News7 Bureau | July 11, 2019 IST

କବିସୂର୍ଯ୍ୟନଗର ୧୧|୭: ଉଗ୍ର ରୂପ ନେଉଛି କବିସୂର୍ଯ୍ୟନଗର ଥାନା ଅଧିକାରୀ-ଓକିଲ ସଂଘ ବିବାଦ । ଥାନା ଅଧିକାରୀ ତପନ କୁମାର ପତିଙ୍କୁ ବଦଳି ଦାବିରେ ଓକିଲ ସଂଘ ପକ୍ଷରୁ ଆଜି ୧୨ ଘଣ୍ଟିଆ କବିସୂର୍ଯ୍ୟନଗର ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ । ସମସ୍ତ ଦୋକାନ-ବଜାର ବନ୍ଦ ହୋଇଥିବା ବେଳେ ଜୀବନଯାତ୍ରା ପ୍ରଭାବିତ ହୋଇଛି । କବିସୂର୍ଯ୍ୟନଗର ବାର୍ ର ବରିଷ୍ଠ ଆଇନଜୀବୀ ଭଗବାନ ମହାପାତ୍ରଙ୍କୁ ଥାନା ଅଧିକାରୀ ଦୁର୍ବ୍ୟବହାର କରିଥିଲେ । ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ ପରେ ବି କେହି ଶୁଣୁନାହାନ୍ତି । କେବଳ ଏତିକି ନୁହେଁ ଥାନା ଅଧିକାରୀ ନୀରିହ ଲୋକଙ୍କୁ ମିଥ୍ୟା ମାମଲାରେ ଜେଲ୍  ପଠାଇବା , ମଦ, ପଥର, କାଜୁ ମାଫିଆଙ୍କୁ ସୁରକ୍ଷା ଦେବା ପରି ସଙ୍ଗୀନ ଅଭିଯୋଗ ଆସିଛି । ଥାନା ଅଧିକାରୀଙ୍କୁ ବଦଳି ନକରିବା ଯାଏ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛି ସଂଘ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.