LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

୧୨ ଘଣ୍ଟିଆ ଭଞ୍ଜନଗର ବନ୍ଦ, ଭଞ୍ଜନଗର ଉପଖଣ୍ଡକୁ ଘୁମୁସର ଜିଲ୍ଲା ଗଠନ ଦାବିରେ ଆନ୍ଦୋଳନ

27/03/2023 at 10:03 AM

ଭଞ୍ଜନଗର ୨୭।୦୩ : ଆଜି ୧୨ ଘଣ୍ଟିଆ ଭଞ୍ଜନଗର ବନ୍ଦ । ଭଞ୍ଜନଗର ଉପଖଣ୍ଡକୁ ଘୁମୁସର ଜିଲ୍ଲା ଗଠନ ଦାବିରେ ବନ୍ଦ ପାଳନ । ଭଞ୍ଜନଗରର ବିଭିନ୍ନ ସଂଗଠନ ବନ୍ଦ ପାଳନରେ ସାମିଲ ହୋଇଛନ୍ତି । ବନ୍ଦ ଡାକରା ଦିଆଯାଇଛି ।

ତେବେ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଭଞ୍ଜନଗର ବନ୍ଦ ପାଳନ ହେବ । ସରକାରୀ କାର୍ଯ୍ୟାନୁଷ୍ଠାନ ସହ ସ୍କୁଲ ,କଲେଜ ବନ୍ଦ ରହିଛି । ସକାଳୁ ବିଭିନ୍ନ ସ୍ଥାନରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପିକେଟିଂ କରାଯାଉଛି। ଦାବି ଯଦି ପୂରଣ ନହୁଏ, ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କମିଟି ଚେତାବନୀ ଦେଇଛି ।

   Related Posts