ବସଷ୍ଟାଣ୍ଡ ଓ ଶୌଚାଳୟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ବିଳମ୍ୱ, ପ୍ରତିବାଦରେ ୧୨ ଘଣ୍ଟିଆ ଠାକୁରମୁଣ୍ଡା ବନ୍ଦ

Published By : Prameya-News7 Bureau | March 01, 2024 IST

କରଞ୍ଜିଆ ୦୧/୦୩: ୧୨ ଘଣ୍ଟିଆ ଠାକୁରମୁଣ୍ଡା ବନ୍ଦ । ବସ୍ ଷ୍ଟାଣ୍ଡ ଓ ଶୌଚାଳୟ ନିର୍ମାଣ ଦାବିରେ ଠାକୁରମୁଣ୍ଡା ବ୍ଲକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡାକରା । ଠାକୁରମୁଣ୍ଡା ବସଷ୍ଟାଣ୍ଡ ଓ ଶୌଚାଳୟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବିଳମ୍ବ ହେବା ଅଭିଯୋଗରେ ବନ୍ଦ ଡାକରା ।

ଫଳରେ ଉଦଳା-କରଞ୍ଜିଆ ଓ ଆନନ୍ଦପୁର-କରଞ୍ଜିଆକୁ ଗମନାଗମନ ଠପ୍ ହୋଇଯାଇଛି । ସ୍କୁଲ, କଲେଜ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ଔଷଧ ଦୋକାନ ଖୋଲା ରହିଥିବା ବେଳେ ବ୍ୟାଙ୍କ୍, ତହସିଲ, ବ୍ଳକ୍ କାର୍ଯ୍ୟାଳୟ ସମେତ ଠାକୁରମୁଣ୍ଡା ବଜାରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି ।

ସୂଚନା ଥାଉକି, ଦୀର୍ଘଦିନ ଧରି ବସ୍ ଷ୍ଟାଣ୍ଡ ଓ ଶୌଚାଳୟଟିଏ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ବାରମ୍ୱାର ଏନେଇ ଦାବି ହୋଇଆସୁଥିଲା । ଅଭିଯୋଗ ବିଷୟରେ କେହି କର୍ଣ୍ଣାପତ ନକରିବାରୁ ଶେଷରେ ବାଧ୍ୟ ହୋଇ ଶେଷରେ ବନ୍ଦ ଡାକରା ଦେଇଛି ବ୍ଲକ କ୍ରିୟାନୁଷ୍ଠାନ କମିଟି ।

wp:embed {"url":"https://www.prameyanews7.com/the-temperature-will-increase-during-the-day-bhubaneswar-will-reach-38-degrees-on-march-3/","type":"wp-embed","providerNameSlug":"prameya-news-7"}
https://www.prameyanews7.com/the-temperature-will-increase-during-the-day-bhubaneswar-will-reach-38-degrees-on-march-3/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.