ବାରମ୍ୱାର ଡକାୟତିର ତୀବ୍ର ପ୍ରତିବାଦ, ଫାଣ୍ଡି ଦାବିରେ ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ

Published By : Prameya-News7 Bureau | August 11, 2023 IST

ସୁନ୍ଦରଗଡ ୧୧/୦୮: ତେଜିଲା ଡକାୟତିର ତୀବ୍ର ପ୍ରତିବାଦ । ପୋଲିସ୍ ଫାଣ୍ଡି ଦାବିରେ ସୁନ୍ଦରଗଡ ବନ୍ଦ ଡାକରା । ହେମଗିରି ଥାନା ବିଲେଇ ମୁଣ୍ଡାରେ ପୋଲିସ୍ ଫାଣ୍ଡି ଦାବୀରେ ଏହି ବନ୍ଦ ଡାକରା ଦିଆଯାଇଛି ।

ସୂଚନା ଥାଉକି, ବିଜେଡି ନେତା ଗୋପାଳ ପ୍ରଧାନଙ୍କ ଘରେ ଡକାୟତି ପରେ ଜୋର୍ ଧରିଛି ଫାଣ୍ଡି ମାନ୍ୟତା ଦାବି । ଚଳିତ ମାସ ୪ ତାରିଖ ଦିନ ହୋଇଥିଲା ଡକାୟତି । ଡକାୟତମାନେ ଘରେ ପଶି ଲୁଟିନେଇଥିଲେ ଲକ୍ଷାଧିକ ଟଙ୍କା ଓ ସୁନାଗହଣା । ତେବେ ଏହି ଅଞ୍ଚଳରେ ବରାବର ଏଭଳି ଅପରାଧ ଘଟୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହୁଥିବାରୁ ସେଠାରେ ଏକ ଫାଣ୍ଡି କରିବା ଦାବିରେ ରାଜରାସ୍ତାକୁ ଓହ୍ଲାଉଛନ୍ତି ସ୍ଥାନୀୟ ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.