ବିଭିନ୍ନ ଦାବି ନେଇ ଆଜି ୧୨ଘଣ୍ଟିଆ ସାଲେପୁର ବନ୍ଦ
15/09/2018 at 8:55 AM

କଟକ ୧୫|୯: ପ୍ରଶାସନିକ ଅବହେଳା ପ୍ରତିବାଦରେ ଆଜି ସାଲେପୁର ସହରରେ ୧୨ଘଣ୍ଟିଆ ବନ୍ଦ । ୭ ଦଫା ଦାବି ନେଇ ସାଲେପୁରର ସାମାଜିକ ଅନୁଷ୍ଠାନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦକୁ ବିଭିନ୍ନ ସଂଗଠନ ପକ୍ଷରୁ ସମର୍ଥନ କରାଯାଇଛି । ସାଲେପୁରକୁ ଏନଏସି ମାନ୍ୟତା, ଡ୍ରେନେଜ ବ୍ୟବସ୍ଥା, କଟକ-ଚାନ୍ଦବାଲି ରାସ୍ତାର ମରାମତି ଭଳି ପ୍ରମୁଖ ଦାବି ରହିଛି । ସକାଳୁ ଆନ୍ଦୋଳନକାରୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ବନ୍ଦ ଯୋଗୁଁ ସାଲେପୁରରେ ଦୋକାନ ବଜାର, ସ୍କୁଲ କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ଗାଡିମଟର ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି । ବନ୍ଦରୁ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି ।