ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ୧୨ଘଣ୍ଟିଆ ପଦ୍ମପୁର ବନ୍ଦ

Published By : Prameya-News7 Bureau | November 26, 2018 IST

ବରଗଡ ୨୬|୧୧:  ଆଜି ୧୨ ଘଣ୍ଟିଆ ପଦ୍ମପୁର ବନ୍ଦ ଡାକରା ଦିଆଯାଇଛି । ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ଦାବିରେ ବନ୍ଦ ଡାକରା ଦେଇଛି ସଚେତନ ନାଗରିକ କମିଟି । ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି । ସକାଳୁ ସକାଳୁ ପଦ୍ମପୁରରେ ଗାଡି ଚଳାଚଳ ବନ୍ଦ ରହିଛି । ଏହା ସହ ସ୍କୁଲ କଲେଜ ମଧ୍ୟ ବନ୍ଦ ରହିଛି । ଆଗରୁ ବାରମ୍ବାର ପଦ୍ମପୁରକୁ ଜିଲ୍ଲା ଦାବି ହୋଇଆସୁଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ଓଡ଼ିଶାରେ ୧୩ଟି ଜିଲ୍ଲାରୁ ୩୦ଟି ଜିଲ୍ଲା ଗଠିତ ସମୟରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ନେଇ ଦାବି ହୋଇଥିଲା । ବର୍ତ୍ତମାନ ମଧ୍ୟ ପଦ୍ମପୁରକୁ ଜିଲ୍ଲା ଦାବି ପାଇଁ ବନ୍ଦ ପାଳନ କରାଯାଉଛି । ତେବେ ପଦ୍ମପୁରକୁ ଜିଲ୍ଲା ଘୋଷଣା ନ କରିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ନାଗରିକ କମିଟି ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.