ଧାଡି ଦର୍ଶନ ପ୍ରତିବାଦ ସହ ୮ ଦଫା ଦାବି ନେଇ ଆଜି ପୁରୀ ବନ୍ଦ

Published By : Prameya-News7 Bureau | October 03, 2018 IST

ପୁରୀ ୩|୧୦: ଆଜି ପୁରୀ ବନ୍ଦ । ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ, ନୀରିହ ଜନତା ଏବଂ ସାମ୍ବାଦିକଙ୍କ ଉପରେ ମାଡ, ବ୍ରହ୍ମ ବିଭ୍ରାଟ ରିପୋର୍ଟ ସାର୍ବଜନୀନ ନକରିବା ପ୍ରତିବାଦ କରି  ୮ ଦଫା ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି । ଜଗନ୍ନାଥ ସେନା ସହ କଂଗ୍ରେସ, ବିଜେପି ଓ ସେବାୟତ ସମାଜ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳୁ କର୍ମୀମାନେ ରାଲି କରିବା ସହ ପିକେଟିଂ କରୁଛନ୍ତି । ବନ୍ଦ ଯୋଗୁଁ ସହରରେ ଦୋକାନ ବଜାର ବନ୍ଦ ରହିଛି । ଗାଡି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି । ରେଳସେବା, ମେଡିକାଲ୍ ଏବଂ ଶ୍ରୀମନ୍ଦିର ସେବାକୁ ବାଦ୍ ଦିଆଯାଇଛି । ଗତକାଲି ଏହି ସବୁ ଦାବି ନେଇ ବିଭିନ୍ନ ସଂଗଠନ ପକ୍ଷରୁ ପୁରୀ ବଡ଼ଦାଣ୍ଡ ଓ ସିଂହଦ୍ବାର ସାମ୍ନାରେ ଧାରଣା, ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଶାସକଙ୍କ କୁଶ ପୁତ୍ତଳିକା ମଧ୍ୟ ଦାହ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.