ଦାରିଙ୍ଗବାଡି କନ୍ୟାଶ୍ରମରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ସନ୍ତାନ ଜନ୍ମ ଦେବା ଘଟଣା ; ୭ଦଫା ଦାବିରେ ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ
17/01/2019 at 8:04 AM

ଜି.ଉଦୟଗିରି ୧୭|୧: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ନିବାସରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ପ୍ରସବ ଘଟଣା ପ୍ରତିବାଦରେ ଆଜି କନ୍ଧମାଳ ବନ୍ଦ । କନ୍ଧମାଳ ସୁରକ୍ଷା ଅଭିଯାନ ପକ୍ଷରୁ କନ୍ଧମାଳ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ ଟାରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ କନ୍ଧମାଳ ବନ୍ଦ ରହିବ । ସମସ୍ତ ସରକାରୀ ଅଫିସ, ସ୍କୁଲ କଲେଜ୍, ଦୋକାନ ବଜାର, ଗାଡି ମଟର ବନ୍ଦ ରହିଛି । ଏହି ବନ୍ଦକୁ ବିଜେପି ସମର୍ଥନ କରିଛି ।
ଜିଲ୍ଲାପାଳଙ୍କ ବଦଳି, ପୀଡିତାଙ୍କୁ ୨୫ଲକ୍ଷ ଟଙ୍କାର କ୍ଷତିପୂରଣ ସହ ୭ ଦଫା ଦାବିରେ ବନ୍ଦ ପାଳନ କରାଯାଉଛି । ଛାତ୍ରୀ ପ୍ରସବ ଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ସାରା ରାଜ୍ୟରେ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା ।ଏହାର ପ୍ରତିବାଦରେ ଗତ ଦୁଇଦିନ ତଳେ ସୁରକ୍ଷା ଅଭିଯାନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା ।
Related Posts
ପୂଜା ଭୋଗ ଖାଇ ୨୦ ଛାତ୍ରୀ ଅସୁସ୍ଥ, ଭୀମସାରରେ ଭର୍ତ୍ତି
28 January 2023
ପବିତ୍ର ମାଘ ସପ୍ତମୀ, ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ
28 January 2023