ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା

Published By : Prameya-News7 Bureau | August 17, 2022 IST

ବାରିପଦା ୧୭/୦୮: ଅଭିଯୁକ୍ତକୁ ଗିରଫ ଦାବିକରି ମୟୂରଭଞ୍ଜରେ ୧୨ ଘଣ୍ଟିଆ ବନ୍ଦ ପାଳନ । ଆଦିବାସୀ ମାଶା ଆର୍ମି ସମେତ ବିଭିନ୍ନ ଆଦିବାସୀ ସଂଗଠନ ବନ୍ଦରେ ସାମିଲ ହୋଇଛନ୍ତି । କୁଳିଅଣା ଥାନା ରୀତୟନି ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରକୁ ପ୍ରିନସିପାଲଙ୍କ ସାନ ଭାଇ ମାଡ଼ ମାରୁଥିବା ଭିଡିଓ ଭାଇରଲ ହୋଇଥିଲା ।

ଅଭିଯୋଗ ଅନୁସାରେ ଆଇଟିଆଇ ଛାତ୍ରମାନଙ୍କ ମଧ୍ୟରେ ଇଲେକ୍ଟିସିଆନ ଟ୍ରେଡ଼ ପିଲାଙ୍କ ଆଡିମିଟ କାର୍ଡ ଆସିବା ବଦଳରେ ଫିଟର ଟ୍ରେଡ଼ ଆଡିମିଟକାର୍ଡ ଆସିଥିଲା । ଏହାସହ ଫିଟର ଟ୍ରେଡ଼ ପିଲାଙ୍କପାଇଁ ଇଲେକ୍ଟିସିଆନର ଆଡିମିଟି କାର୍ଡ ଆସିଥିଲା ଏନେଇ ଛାତ୍ରମାନେ କଲେଜ ପ୍ରିନସିପାଲକୁ ଅଭିଯୋଗ କରିଥିଲେ ହେଲେ ଛାତ୍ରମାନଙ୍କ ସମସ୍ୟା ସମାଧାନ ବଦଳରେ ସେମାନଙ୍କୁ ପରୀକ୍ଷା ଦେବାକୁ ବାଧ୍ୟ କରାଯାଇଥିଲା ।

ହେଲେ ଭୂଲ ଆଡିମିଟ କାର୍ଡରେ ପରୀକ୍ଷା ଦେବାକୁ ଛାତ୍ର ମାନେ ରାଜି ହୋଇନଥିଲେ । ସମସ୍ୟାକୁ ସମାଧାନ କରିବାକୁ ଯାଇ କଲେଜର ଗେଟ ବନ୍ଦ କରି ଆନ୍ଦୋଳନ କରିଥିଲେ । ଗେଟ୍ ବନ୍ଦ କରିବାକୁ ପ୍ରିନସିପାଲଙ୍କ ସାନ ଭାଇ ଜଣେ ଛାତ୍ରଙ୍କୁ ମାଡ଼ ମାରିଥିଲେ ଯାହାଫଳରେ ନ୍ୟାୟ ଦାବିକରି ଛାତ୍ର ମାନେ କୁଳିଅଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଥାନାରେ ଅଭିଯୋଗ କରିବାପରେ ଛାତ୍ରମାନଙ୍କୁ ବିନା ଦୋଷରେ ବାଧ୍ୟତା ମୂଳକ ଟିସି ଦେଇ ଗାଳି ଗୁଲଜ କରିବା ସହିତବଳ ପୂର୍ବକ ହଷ୍ଟେଲରୁ ଅଗଷ୍ଟ ୨ ତାରିଖ ରାତ୍ରିରେ ବିଦା କରିଦେଇଥିଲେ । ଫଳରେ ପରୀକ୍ଷା ଦେବାରୁ ବଞ୍ଚିତ ହେବା ସହିତ ଶାରୀରିକ ମାନସିକ ଭାବେ ଆଘାତ ପାଇବାପରେ ୧୨ଜଣ ଛାତ୍ର ଅଭିଯୁକ୍ତ ମାନଙ୍କୁ ଗିରଫ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ।

ତେବେ ୨୪ ଘଣ୍ଟା ଭିତରେ ମାଡ଼ ମାରିଥିବା ୨ ଅଭିଯୁକ୍ତକୁ ଗିରଫ କରିଥିଲା ଗିରଫ ଅଭିଯୁକ୍ତ ମାନେ ହେଲେ ପ୍ରିନସିପାଲ ତଥା ମାଲିକ ତ୍ରୀଲୋଚନ ବାରିକ ଓ ଅଧ୍ୟାପକ ସତ୍ୟଜିତ ଗିରିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ହେଲେ ଲୋକ ଲୋଚନରେ ଛାତ୍ରକୁ ଗୋଡେଇ ଗୋଡେଇ ମାରିଥିବା ପ୍ରିନସିପାଲଙ୍କ ସାନ ଭାଇ ତଥା ମୁଖ୍ୟ ଅଭିଯୁକ୍ତ ଦିବ୍ୟଲୋଚନ ବାରିକ ଫେରାର ହୋଇଯାଇଥିଲେ ।

ସେପଟେ ମୁଖ୍ୟ ଅଭିଯୁକ୍ତକୁ ଧରିବାକୁ ଜିଲ୍ଲାପାଳ, ପୋଲିସ ପ୍ରଶାସନ ପକ୍ଷରୁ ୩ ଦିନ ସମୟ ସୀମା ଦିଆଯାଇଥିଲା । ହେଲେ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପ୍ରତିଶୃତିରେ ବିଫଳ ହେବାରୁ ଆଜି ଆଦିବାସୀ ସଂଘଟନ ସକାଳ ୬ ରୁ ଦିନ ୧୨ଟା ପର୍ଯ୍ୟନ୍ତ ଜିଲ୍ଲାରେ ବନ୍ଦ ପାଳନ କରିଛି । ଫଳରେ ସମସ୍ତ ଗାଡି ଅଟକି ରହିବା ସହିତ ସରକାରୀ ବେସରକାରୀ କାର୍ଯ୍ୟାଳୟ ଅଧିକାଂଶରେ ବନ୍ଦ ପ୍ରଭାବ ପଡିଛି । ଯଦି ଆଜି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାନଯାଏ ଆଗକୁ ଜିଲ୍ଲାରେ ୨୪ ଘଣ୍ଟିଆ ବନ୍ଦ ପାଳନ କରାଯିବା ନେଇ ଜିଲ୍ଲାରେ ବିଭିନ୍ନ ଆଦିବାସୀ ସଂଗଠନ ଚେତାବନୀ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.