ଧାନ ବିଲରୁ୧୨ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

Published By : Prameya-News7 Bureau | November 05, 2019 IST

ଉମରକୋଟ ୫।୧୧: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ବଇଦି ପଡା ଗ୍ରାମର ଧାନ ବିଲରୁ ଏକ ୧୨ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି । ବଇଦିପଡା ଗ୍ରାମର ଧନ କିଆରୀ ଭିତରେ ସାପଟିକୁ ଦେଖି ଲୋକେ ପ୍ରଥମେ ଝରିଗାଁ ବନ ବିଭାଗକୁ ଖବର ଦେଇଥିଲେ ।

ଏହାପରେ ଘଟଣାସ୍ଥଳରେ ଫରେଷ୍ଟର ଗୁପ୍ତେଶ୍ଵର ପଟ୍ଟନାୟକ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ଝରିଗାଁ ରେଞ୍ଜ ଅଫିସକୁ ଆଣି ସାମାନ୍ୟ ଚିକିତ୍ସା କରିବା ପରେ ଜଙ୍ଗଲରେ ଛାଡି ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.