ତେଲନଦୀରେ ଫସିଛନ୍ତି ୧୨ଟିକିଆ ହାତୀପଲ, ଘଉଡାଇବାକୁ ବନବିଭାଗର ଉଦ୍ୟମ ଜାରି
28/09/2023 at 2:42 PM

ବୌଦ୍ଧ ୨୮।୦୯ : ନଦୀରେ ଫସିଛନ୍ତି ହାତୀପଲ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ତେଲନଦୀରେ ୧୨ ଟିକିଆ ହାତୀପଲ ଫସିଥିବାର ଦେଖିବାକୁ ମିଳିଛି । କଣ୍ଟାମାଳ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କୁ ଘଉଡାଇବା ପାଇଁ ଚେଷ୍ଟା ଜାରି ରଖିଛି ।
ଖବର ଅନୁଯାୟୀ, ବୌଦ୍ଧ ଜିଲ୍ଲା-କଣ୍ଟାମାଳ ତେଲନଦୀରେ ୧୨ଟିକିଆ ହାତୀ ପଲ ଦେଖିବାକୁ ମିଳିଛି । କଣ୍ଟାମାଳ ରେଞ୍ଜ ମାଣିକପୁର ଗାଁ ନିକଟ ତେଲନଦୀ ମଝିରେ ୧୨ ଟିକିଆ ହାତୀ ପଲ ଫସିରହିଛନ୍ତି । ସ୍ଥାନୀୟ ସୁନାଦେଇ ଜଙ୍ଗଲରୁ ଏହି ହାତୀପଲ ଆସିଥିବା ଜଣାପଡ଼ିଥିବା ବେଳେ ରାତିରେ ନଦୀ ପାର ହେଉଥିବା ବେଳେ ନଦୀରେ ଅଧିକ ପାଣି ଯୋଗୁଁ ଫସିଯାଇଛନ୍ତି । ଘଟଣାସ୍ଥଳରେ ଲୋକଙ୍କ ଭିଡ ଲାଗିଥିବା ବେଳେ କଣ୍ଟାମାଳ ବନବିଭାଗ ଟିମ୍ ପହଞ୍ଚି ହାତୀଙ୍କୁ ସୁରକ୍ଷିତ ଘଉଡ଼ାଇବା ପାଇଁ ଚେଷ୍ଟା ଜାରି ରଖିଛି ।