ହାଇଦ୍ରାବାଦରେ ବନ୍ଧାପଡ଼ିଛନ୍ତି ୧୨ ଦାଦନ ଶ୍ରମିକ, ଭୋଗୁଛନ୍ତି ଅକଥନୀୟ ନିର୍ଯ୍ୟାତନା, ବାର୍ଷିକ ପରୀକ୍ଷା ଦେବାକୁ ବି ଆସିପାରୁନାହାନ୍ତି ଦାଦନଙ୍କ ପୁଅ ଝିଅ

Published By : Prameya-News7 Bureau | March 14, 2019 IST

ବଲାଙ୍ଗିର୧୪|୩ : ମାସେରୁ ଅଧିକ ହେବ ହାଇଦ୍ରାବାଦ୍‌ର ଶିକାକୁଲମରେ ବନ୍ଧାପଡ଼ିଛନ୍ତି ୧୨ ଦାଦନ ଶ୍ରମିକ । ହେଲେ ଉଦ୍ଧାର ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନର ଆକ୍ସନ ଶୂନ ।  ବନ୍ଧକ ଥିବା ଦାଦନ ଶିଶୁଙ୍କ ମଧ୍ୟରୁ୨ ଜଣକର ଆସନ୍ତାକାଲି ବାର୍ଷିକ ପରୀକ୍ଷା ରହିଛି । ଗର୍ଭବତୀ ବି ଭୋଗୁଛନ୍ତି ଅକଥନୀୟ ନିର୍ଯାତନା । ହେଲେ ପ୍ରଶାସନର ଯେମିତି ଏଥିପ୍ରତି ନଜର ନାହିଁ ।

{"id":93613,"align":"center"}

ପ୍ରଶାସନକୁ ନ୍ୟୁଜ7 ଜରିଆରେ ଗୁହାରି କଲେ ଉଦ୍ଧାର କରିବାକୁ । ହେଲେ ବଲାଙ୍ଗିର ପ୍ରଶାସନର ପଦକ୍ଷେପ ଶୂନ । ମାସେରୁ ଅଧିକ ସମୟର ହେବ ବନ୍ଧାପଡ଼ିଛନ୍ତି ୧୨ ଦାଦନ ଶ୍ରମିକ । ହାଇଦ୍ରାବାଦ ଶିକାକୁଲମ ରାଜମ୍ ଥାନାରୁ ୧୦ କିଲୋମିଟର ଦୂରରେ ଥିବା ଇଟାଭାଟିରେ ଫସିରହିଛନ୍ତି ଦାଦନ ଶ୍ରମିକମାନେ । ଖାଇବାକୁ ନାହିଁ । ମାଗିଲେ ନିସ୍ତୁକ ମାଡ଼ ମିଳୁଛି । ବନ୍ଧକ ଶ୍ରମିକଙ୍କ ମଧ୍ୟରୁ କାଲି ୨ ଶିଶୁଙ୍କ ବାର୍ଷିକ ପରୀକ୍ଷା । ଗର୍ଭବତୀ ଯୋଉ ଯନ୍ତ୍ରଣା ଭୋଗୁଛନ୍ତି କହିଲେ ନସରେ । ସର୍ଦ୍ଦାର ଜଗିକି ରହୁଛି। ତେଣୁ ବାହାରକୁ ଫିଟିକି  ଆସିବାର ଚାନ୍ସ ନାହିଁ ।ଦାଦନ ଶ୍ରମିକଙ୍କୁ ଉଦ୍ଧାରରେ ବିଳମ୍ବ ହେଉଥିବାରୁ ଏହାକୁ ନେଇ ତେଜୁଛି ଅସନ୍ତୋଷ ।

{"id":93616,"align":"center"}

ବେଲପଡା ଥାନା ହଟକଟ ଗାଁର ୪ଟି ପରିବାରର ୧୨ ଜଣ ଆନ୍ଧ୍ର ଯାଇଥିଲେ ଦାଦନ ଖଟିବାକୁ । କାଦୋଭଟା ଗାଁର ଗଗନ ସୁନା ନାମକ ଜଣେ ଦାଦନସର୍ଦ୍ଦାର ଜରିଆରେ ସମସ୍ତେ ଯାଇଥିଲେ ପେଟ ପାଟଣା ପାଇଁ ।  ପହଞ୍ଚିବା ପରେ ସେଠାରେ ପ୍ରଥମେ ସବୁ କିଛି ଠିକ ଠାକ୍ ଚାଲିଥିଲା ।ହେଲେ ଇଟାଭାଟିର କାଗଜପତ୍ର ଠିକ ନ ଥିବାରୁ ସେଠାକାର ଜିଲ୍ଳା ପ୍ରଶାସନ ଇଟାଭାଟିକୁ ସିଜ କରିଥିଲା । ଆଉ ତାପରେ ଇଟାଭାଟି ମାଲିକ ଓ ଦାଦନ ସର୍ଦ୍ଦାରଙ୍କ ଜୁଲମ ଆରମ୍ଭ ହୋଇଗଲା । ଏପରିକି ବନ୍ଧକମାନଙ୍କୁ ବେଙ୍ଗାଳୁରୁ ଚାଲାଣ କରିବାକୁ ଯୋଜନା ବି ହୋଇଥିଲା । ନ୍ୟୁଜ7 ରେ ଖବର ପ୍ରସାରଣ ପରେ ଜିଲ୍ଲାପାଳ ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରତିଶୃତି ଦେଇଥିଲେ ।ହେଲେ ଏବେ ସମସ୍ତେ ନୀରବ ।

{"id":93617,"align":"center"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.