କୁନୋ ଆସିବେ ଆଫ୍ରିକୀୟ ଅତିଥି, ୧୨ ଚିତା ଆଣିବାକୁ ଏମଓୟୁ ସ୍ବାକ୍ଷର, ତିଆରି ହେଲା ତାର ବାଡ଼

Published By : Prameya-News7 Bureau | December 04, 2022 IST

ଭୋପାଲ: ଭାରତ ଆସିବେ ଆଫ୍ରିକୀୟ ୧୨ ଚିତା । ଦକ୍ଷିଣ ଆଫ୍ରିକାରୁ ଚିତା ଆଣିବା ନେଇ ଚାଲିଛି ପ୍ରସ୍ତୁତି ।  ମଧ୍ୟପ୍ରେଦଶର କୁନୋ ଜାତୀୟ ଉଦ୍ୟାନକୁ ଆସିବେ ଆଫ୍ରିକୀୟ ଅତିଥି । ଏନେଇ ଦକ୍ଷିଣ ଆଫ୍ରିକା ବନ ଓ ପରିବେଶ ମନ୍ତ୍ରୀଙ୍କ ସହିତ ଏମଓୟୁ ସ୍ବାକ୍ଷର ହୋଇଛି । ରାଷ୍ଟ୍ରପତିଙ୍କର ମୋହର ବାଜିଲେ ୧୨ଟି ଚିତା ଭାରତ ଆସିବେ ।

ସୂଚନା ଅନୁଯାୟୀ, ନାମ୍ବିଆରୁ ୮ଚିତାର କୁନୋ ଜାତୀୟ ଉଦ୍ୟାନକୁ ଆସିବା ପରେ ଆଉ ୧୨ ଚିତାଙ୍କୁ କୁନୋ ଜଙ୍ଗଲକୁ ଆଣିବାକୁ ଯୋଜନା କରୁଛନ୍ତି ଭାରତ ସରକାର । ଏନେଇ ଦକ୍ଷିଣ ଆଫ୍ରିକା ସରକାରଙ୍କ ସହିତ ଏମଓୟୁ ସ୍ବାକ୍ଷର ହୋଇଛି । ‘ପ୍ରୋଜେକ୍ଟ ଚିତା’କୁ ଦକ୍ଷିଣ ଆଫ୍ରିକା ସରକାରଙ୍କ ବନ ଓ ପରିବେଶ ମନ୍ତ୍ରୀ ବାରବାରା କ୍ରିସି ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏମଓୟୁରେ ରାଷ୍ଟ୍ରପତି ସିରିଆଲ୍ ରାମାଫୋସ ମୋହର ମାରିଲେ ଭାରତ ଆସିବେ ଆଫ୍ରିକୀୟ ଅତିଥି ।

 ଏମଓୟୁ ସ୍ବାକ୍ଷର ପରେ 12 ଚିତାଙ୍କୁ କ୍ବାରେଣ୍ଟନରେ ରଖାଯାଇଛି । ପ୍ରାୟ ସାଢେ ତିନି ମାସ ହେଲା ସ୍ବତନ୍ତ୍ର ପିଞ୍ଜରାରେ ରହିଛନ୍ତି ଚିତା । ଏମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରୀ ଟିମ୍ ନିୟୋଜିତ ହୋଇଛନ୍ତି । ଦୁଇଟି ଚିତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ଦୁଇଟି ଅଲଗା ଚିତାଙ୍କୁ ଚୟନ କରାଯାଇଛି ।

{"id":717035,"sizeSlug":"full","linkDestination":"none"}

ଅନ୍ୟପଟେ ଚିତାଙ୍କୁ ଭାରତ ଆଣିବାକୁ କୁନୋ ଜାତୀୟ ଉଦ୍ୟାନରେ ମଧ୍ୟ ପ୍ରସ୍ତୁତି କରାଯାଇଛି । କ୍ୟାରେଣ୍ଟାଇନ୍ ରହିବା ପାଇଁ ସ୍ବତନ୍ତ୍ର ୮ଟି ତାର ବାଡ଼ ତିଆରି ହୋଇଛି । ନାମ୍ବିଆରୁ ୮ ଚିତା ସହିତ ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତା ଏକାସଙ୍ଗରେ ଆଣିବାକୁ ଯୋଜନା କରିଥିଲେ ଭାରତ ସରକାର। ମାତ୍ର ଦକ୍ଷିଣ ଆଫ୍ରିକା ବନ ଓ ପରିବେଶ ବିଭାଗ ସହିତ ଏମଓୟୁ ସ୍ବାକ୍ଷାରରେ ବିଳମ୍ବ ହେବାରୁ ନାମ୍ବିଆରୁ ପ୍ରଥମେ ଚିତା କୁନୋ ଜଙ୍ଗଲକୁ ଆସିଥିଲେ । ତେବେ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଦକ୍ଷିଣ ଆଫ୍ରିକାରୁ ଭାରତ ଆସିବେ ଚିତା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.