ଭୁବନେଶ୍ବର ଏମ୍ସରୁ ୧୨ ଦଲାଲ ଗିରଫ, ରୋଗୀ ଓ ସମ୍ପର୍କୀୟଙ୍କୁ ବିଭିନ୍ନ ଆଳରେ ଠକୁଥିଲେ

Published By : Prameya-News7 Bureau | November 04, 2022 IST

ଭୁବନେଶ୍ବର, ୦୪/୧୧: ଭୁବନେଶ୍ବର ଏମ୍ସରୁ ୧୨ ଦଲାଲ ଗିରଫ ହୋଇଛନ୍ତି । ଖଣ୍ଡଗିରି ଥାନା ପୋଲିସ ଏହି ଦଲାଲ୍‌ମାନଙ୍କୁ ଗିରଫ କରିଛି । ବିଭିନ୍ନ ଆଳରେ ବାହାର ଜିଲ୍ଲାରୁ ଆସୁଥିବା ରୋଗୀ ଓ ସମ୍ପର୍କୀୟଙ୍କୁ ଠକି ଏମାନେ ଟଙ୍କା ନେଉଥିଲେ । ଟିକେଟ, ଆଡମିଶନ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ କହି ସେମାନଙ୍କୁ ଲୁଟୁଥିଲେ । ତେବେ ଏମ୍ସକୁ ଦଲାଲ ମୁକ୍ତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି କମିଶନରେଟ ପୋଲିସ । ଅଭିଯାନ ଚାଲୁ ରହିଥିବା ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂହ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.