oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ଫାଇନ୍ ଆର୍ଟରେ ଏକାଦଶ ଶ୍ରେଣୀ ଛାତ୍ରଙ୍କ ସଫଳତା, ଜିତିଲେ ଆଇସିସିଡବ୍ଲ୍ୟୁ ଜାତୀୟ ସ୍ବର୍ଣ୍ଣ ପଦକ

20/11/2021 at 7:56 PM

ଭୁବନେଶ୍ବର ୨୦/୧୧ : ସ୍କୁଲ ଛାତ୍ରଙ୍କ ପ୍ରଶଂସନୀୟ ସୃଜନଶୀଳତା । ପେନ୍ସିଲ, ତୁଳୀ, କାନଭାସରେ ମନଛୁଆଁ ଅଙ୍କନ। ଫାଇନ୍ ଆର୍ଟରେ ପାଇଛନ୍ତି ଅନେକ ସଫଳତା । ଭୁବନେଶ୍ବର ଓଡିଏମ ପବ୍ଲିକ ସ୍କୁଲ୍ର ଏକାଦଶ ଶ୍ରେଣୀ ଛାତ୍ର ମିଲନ ଧଳ ଇଣ୍ଡିଆନ କାଉନ୍ସିଲ ଫର ଚାଇଲ୍ଡ ୱେଲଫେୟାର ପ୍ରଦତ୍ତ ଜାତୀୟ ପୁରସ୍କାର ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସେ ଫାଇନ୍ ଆର୍ଟରେ ନ୍ୟାସନାଲ ଆୱାର୍ଡ ଗୋଲ୍ଡ ମେଡାଲ ସହ ପ୍ରଥମ ପୁରସ୍କାର ମଧ୍ୟ ହାସଲ କରିଛନ୍ତି ।

ଭୁବନେଶ୍ବରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଠାରୁ ୨୦୧୯ ବର୍ଷ ପାଇଁ ମାନପତ୍ର ଓ ସ୍ୱର୍ଣ୍ଣ ପଦକ ଗ୍ରହଣ କରିଛନ୍ତି ମିଲନ। ଖୁବ କମ୍ ବୟସରୁ ଫାଇନ୍ ଆର୍ଟରେ ନିଜର ସୃଜନଶୀଳତାକୁ ଉପସ୍ଥାପନ କରୁଥିବା ମିଲନ ଅନେକ ରାଜ୍ୟ ତଥା ଜିଲ୍ଲାସ୍ତରୀୟ ପ୍ରତିଯୋଗୀତାରେ ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି। ଫାଇନ୍ ଆର୍ଟରେ ଗାନ୍ଧିଜୀଙ୍କ ଦର୍ଶନ ଶୀର୍ଷକ ଅଙ୍କନ ଲାଗି ପୁରସ୍କୃତ ହୋଇଛନ୍ତି।

ଏହା ସହ ସେ ଷ୍ଟେଟ ମ୍ୟୁଜିୟମ, ପୋଲିସ କମିଶନର ଆଦି ଅନୁଷ୍ଠାନ ଦ୍ବାରା ପୁରସ୍କୃତ ହୋଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲଙ୍କ ଠାରୁ ମଧ୍ୟ ପୁରସ୍କାର ଗ୍ରହଣ କରିଛନ୍ତି ମିଲନ। ଜାତୀୟ ସଡ଼କ ନିରାପତ୍ତା, ବେଟି ବଚାଓ, ବିଶ୍ବ ଭାତୃତ୍ବ , ଭିଜିଲାନ୍ସ ସଚେତନତା ଆଦି ଶୀର୍ଷକରେ ଆକର୍ଷଣୀୟ ଫାଇନ୍ ଆର୍ଟ ଲାଗି ମଧ୍ୟ ପୁରସ୍କୃତ ହୋଇଛନ୍ତି ସେ। ଏହା ସହ ପାଠ ପଢ଼ାରେ ରୁଚି ରଖୁଥିବା ମିଲନ ଜାତୀୟ ଅନ୍ତର୍ଯାତୀୟ ସ୍ତରରେ ଅଧିକ ସଫଳତା ଓ ରେକର୍ଡ କରିବାକୁ ଲକ୍ଷ ରଖିଛନ୍ତି।

   Related Posts