ଭୁବନେଶ୍ୱର IITର ଏକାଦଶ ସମାବର୍ତ୍ତନ ଉତ୍ସବ; ୬୭୧ ଛାତ୍ରଛାତ୍ରୀ ପାଇଲେ ଡିଗ୍ରୀ ଉପାଧି
28/01/2023 at 8:58 PM

ଜଟଣୀ ୨୮/୦୧: ଶନିବାର ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ(ଆଇଆଇଟି) ଭୁବନେଶ୍ୱରର ୧୧ତମ ସମାବର୍ତ୍ତନ ଉତ୍ସବ ଅରୁଗୁଳରେ ଥିବା କାମ୍ପସରେ ଅନୁଷ୍ଠିତ ହୋଇଛିl ଏହି ଉତ୍ସବରେ ଆଇଆଇଟିର ୬୭୧ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ଉପାଧି ପ୍ରଦାନ କରାଯାଇଛି l ଏଥିରେ ୫୫ ଜଣ ଛାତ୍ରଛାତ୍ରୀଙ୍କୁ ପିଚଡ଼ି, ୧୭୨ ଜଣଙ୍କୁ ଇଞ୍ଜିନିୟରିଂରେ ସ୍ନୋତକୋତ୍ତର (ଏମ.ଟେକ୍), ୧୯ ଜଣକୁ ବିଜ୍ଞାନରେ ସ୍ନାତୋକତ୍ତର (ଏମ.ଏସ.ସି), ଏବଂ ୮୧ ଜଣଙ୍କୁ ଡୁଆଲ ଡିଗ୍ରୀ ଓ ୨୭୩ ଜଣକୁ ଇଞ୍ଜିନିୟରିଂରେ ସ୍ନାତକ (ବିଟେକ୍) ଡିଗ୍ରୀ ଦିଆଯାଇଛି।
କମ୍ପ୍ୟୁଟର ବିଜ୍ଞାନ ବିଭାଗରେ ରାଜକଳ୍ପେସ ଭାଇଙ୍କୁ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ସ୍ୱର୍ଣ୍ଣ ପଦକ ପ୍ରଦାନ ଦିଆଯାଇଛିl ସେହିପରି ଏସ ପ୍ରସାଦ, ପ୍ରିତମ କୁମାର ଓ ସ୍ମରଣ ମାଝୀଙ୍କୁ ଷ୍ଟୁଡେଣ୍ଟ ଡ଼ାଇରେକ୍ଟର ଗୋଲଡ଼ ମେଡାଲ ପ୍ରଦାନ କରାଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଇ. ଆଇ. ଏସ.ସି. ବେଙ୍ଗାଲୁରୁର ପ୍ରଧ୍ୟାପକ ଲଳିତ ମୋହନ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ଭୂବନେଶ୍ୱର ଆଇଆଇଟି ନିର୍ଦ୍ଦେଶକ ଶ୍ରୀପଦା କାଲମରକର, ରେଜିଷ୍ଟର ଦେବରାଜରଥ ପ୍ରମୁଖ ମଞ୍ଚାସୀନ ଥିଲେl