ଦ୍ଵିତୀୟ ପର୍ଯ୍ୟାୟରେ ବେଙ୍ଗାଲୁରୁରୁ ଆସି ପହଞ୍ଚିଲେ ୧୧୯୯ ପ୍ରବାସୀ ଓଡିଆ

Published By : Prameya-News7 Bureau | May 04, 2020 IST

ଖୋର୍ଦ୍ଧା ୪।୫: ଲକ୍ ଡାଉନ୍ ପାଇଁ ବାହାର ରାଜ୍ୟରେ ଫସିଥିବା ପ୍ରବାସୀ ଓଡିଆମାନେ ରାଜ୍ୟକୁ ଫେରୁଛନ୍ତି । ପ୍ରଥମ ପର୍ଯ୍ୟାୟରେ କେରଳରୁ ବାହାରିଥିବା ସ୍ବତନ୍ତ୍ର ଟ୍ରେନରେ ୨୩ ଜିଲ୍ଲାର ୧୧୫୦ ଜଣ ପ୍ରବାସୀ ଫେରିଥିବା ବେଳେ ଆଜି ବେଙ୍ଗାଲୁରୁରୁ ଏକ ସ୍ବତନ୍ତ୍ର ଟ୍ରେନରେ ଖୋର୍ଦ୍ଧା ରୋଡ୍ ଷ୍ଟେସନରେ ପହଞ୍ଚିଛନ୍ତି ୧୧୯୯ ଜଣ ପ୍ରବାସୀ ଓଡିଆ ।

{"id":264410,"sizeSlug":"large"}

ପ୍ରବାସୀ ଓଡିଆମାନେ ଷ୍ଟେସନରେ ପହଞ୍ଚିବା ପରେ ସେମାନଙ୍କର ସ୍କ୍ରିନିଂ ଓ ପଞ୍ଜୀକରଣ କରିଛି ପ୍ରଶାସନ । ସେମାନଙ୍କୁ ଜିଲ୍ଲା ୱାରୀ ବସ୍ ଯୋଗେ ସମ୍ପୃକ୍ତ ଅଞ୍ଚଳକୁ ପଠାଯିବାର ବ୍ୟବସ୍ଥା କରିଛି ପ୍ରଶାସନ । ପ୍ରତ୍ୟେକଙ୍କ ପାଇଁ ଖାଦ୍ୟ ପୁଡିଆର ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

{"id":264411,"sizeSlug":"large"}

ସୂଚନାଯୋଗ୍ୟ ଯେ, ପ୍ରବାସୀଙ୍କୁ ନେଇ ଓଡିଶା ଅଭିମୁଖେ ଆସିଥିଲା ଆଉ ୩ଟି ଟ୍ରେନ୍ । ତେବେ କର୍ଣ୍ଣାଟକ ବେଙ୍ଗାଲୁରୁରୁ ଏବଂ କେରଳରୁ ଟ୍ରେନ୍ ଆସି ପହଁଞ୍ଚିଥିବା ବେଳେ ଗୁଜରାଟର ସୁରତରୁ ଆସୁଛି ଅନ୍ୟ ଏକ ଟ୍ରେନ୍ । ଗତକାଲି ଅପରାହ୍ନରେ ସୁରତରୁ ପ୍ରବାସୀଙ୍କୁ ଧରି ଗଞ୍ଜାମ ବାହାରିଛି ଗୋଟିଏ ଟ୍ରେନ୍ । ଟ୍ରେନରେ କେବଳ ଗଞ୍ଜାମ ଜିଲ୍ଲା ବିଭିନ୍ନ ବ୍ଲକର ୧୨ଶହ ଲୋକ ରହିଛନ୍ତି ।

{"id":264412,"sizeSlug":"large"}

ଟ୍ରେନଟି ବ୍ରହ୍ମପୁର ନିକଟ ଜଗନ୍ନାଥପୁର ଷ୍ଟେସନରେ ପହଞ୍ଚିବ । ଗଞ୍ଜାମ ଦାୟିତ୍ବରେ ଥିବା ବରିଷ୍ଠ ଆଇଏଏସ ଅଫିସର ଜି.ମାଥିଭାଥନନ, ଜିଲ୍ଲାପାଳ, ଏସପିଙ୍କ ସମେତ ବିଭିନ୍ନ ଅଧିକାରୀ ଷ୍ଟେସନରେ ସ୍ଥିତି ସମୀକ୍ଷା କରିଥିଲେ । ଷ୍ଟେସନରେ ପହଞ୍ଚିବାକୁ ଥିବା ସମସ୍ତ ବ୍ୟକ୍ତିଙ୍କୁ ପ୍ରାଥମିକ ସ୍କ୍ରିନିଂ କରାଯାଇ ନିଜ ନିଜ ବ୍ଲକ କ୍ବାରେଣ୍ଟାଇନ୍ ସେଣ୍ଟରକୁ ପଠାଯିବ । ତେବେ ପ୍ରବାସୀ ଓଡିଆମାନେ ଘରକୁ ଫେରିବାକୁ ଆଦୌ ବିଚଳିତ ନହେବାକୁ ପରାମର୍ଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.