ପ୍ରସ୍ତୁତ କରାଯାଇଛି ୧୧୯୬ ଭିକାରୀଙ୍କ ପ୍ରୋଫାଇଲ : କିଛି କରିଛନ୍ତି M.A., M.Com

Published By : Prameya-News7 Bureau | August 27, 2020 IST

ଜୟପୁର ୨୭/୦୮ : ସାମାଜିକ ସ୍ଥରରେ ଜୟପୁର ପୋଲିସ ଏକ ବଡ ପଦକ୍ଷେପ ନେଇଛି | ପିଙ୍କସିଟିକୁ ଭିକାରୀ ମୁକ୍ତ କରିବାକୁ ସହରର ସମସ୍ତ ଭିକାରୀଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କର ସମ୍ପୂର୍ଣ୍ଣ ପ୍ରୋଫାଇଲ୍ ପ୍ରସ୍ତୁତ କରାଯାଇଛି | ଅଗଷ୍ଟ ୧୫ ତାରିଖରୁ ଏହି ଭିକାରୀମାନଙ୍କର ପୁନର୍ବାସ କାର୍ଯ୍ୟ ଆରମ୍ଭ ହୋଇଛି | ଚିହ୍ନଟ ହୋଇଥିବା ୧୧୯୬ ଭିକାରୀଙ୍କ ମଧ୍ୟରୁ ପାଞ୍ଚ ଜଣ ସ୍ନାତକ ଏବଂ ପୋଷ୍ଟ ସ୍ନାତକ ଅନ୍ତର୍ଭୁକ୍ତ | ଭିକାରୀଙ୍କ କୌଶଳ ଅନୁଯାୟୀ ସେମାନଙ୍କୁ କାର୍ଯ୍ୟ ସୁଯୋଗ ଦେବା ପାଇଁ ପ୍ରୟାସ କରାଯିବ | ଏଥି ସହିତ ସେମାନଙ୍କ ପିଲାମାନଙ୍କର ଶିକ୍ଷା ଉପରେ ମଧ୍ୟ ଧ୍ୟାନ ଦିଆଯିବ |

{"id":320900,"sizeSlug":"large"}

କରୋନା ସଙ୍କଟ ମଧ୍ୟରେ ଲକଡାଉନ ସମୟରେ ଭିକାରିଙ୍କ ଜୀବନରେ ବଡ ସଙ୍କଟ ଦେଖାଦେଇଛି | ଏହି ସମୟରେ ଡିଜିପି ଭୁପେନ୍ଦ୍ର ସିଂହ ଯାଦବଙ୍କ ନଜର ଭିକାରୀଙ୍କ ସମସ୍ୟା ଉପରେ ପଡିଥିଲା | ସେ ଭିକାରୀଙ୍କ ପୁନର୍ବାସ ଦାୟିତ୍ୱ ଜୟପୁର ପୋଲିସକୁ ଦେଇଛନ୍ତି | ଜୟପୁର ପୋଲିସ ସହରକୁ ଭିକାରୀମୁକ୍ତ କରିବାକୁ କାମ ଆରମ୍ଭ କରିଛି | ଭିକାରୀଙ୍କ ପ୍ରୋଫାଇଲ ପ୍ରସ୍ତୁତ କରାଯାଇଛି | ୨୬ ପଏଣ୍ଟ ଆଧାରରେ ଚିହ୍ନଟ କରାଯାଇଥିବା ଭିକାରୀଙ୍କ ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଆୟୁଷ, ଲିଙ୍ଗ, କୌଶଳ ଭଳି ପଏଣ୍ଟ ସାମିଲ କରାଯାଇଛି | ପ୍ରୋଫାଇଲ ତିଆରି କରିବା ପରେ ଜଣାପଡିଛି ଏମାନଙ୍କ ମଧ୍ୟରେ ୫ଜଣ ୟୁଜି ଓ ପିଜି ଯାଏଁ ପାଠ ପଢ଼ିଛନ୍ତି | ୧୯୩ ଭିକାରୀ ପ୍ରଥମରୁ ଦ୍ୱାଦଶ ଯାଏଁ ପଢ଼ିଛନ୍ତି ଏବଂ ୩୯ ସାକ୍ଷର | ୧୦୩ ଭିକାରୀ ମଜୁରୀ କରିପାରିବେ | ଅନ୍ୟ ସବୁ ଭିକାରୀ ବିଭିନ୍ନ କାମ ଜାଣିଛନ୍ତି | ପୁନର୍ବାସ ସମୟରେ ୧୨ ଜଣଙ୍କ ମଧ୍ୟରୁ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ |

{"id":320901,"width":568,"height":425,"sizeSlug":"large"}

ଅତିରିକ୍ତ ପୋଲିସ କମିଶନର ଅଜୟପାଲ ଲାମ୍ବାଙ୍କ ଅନୁଯାୟୀ, ସ୍ନାତକ ହାସଲ କରିଥିବା ପାଞ୍ଚଜଣ ଭିକାରୀଙ୍କ ମଧ୍ୟରୁ କେହି କେହି ବି.କମ୍ କରିଛନ୍ତି ଏବଂ କେହି କେହି M.Com ଏବଂ M.A. କରିଛନ୍ତି | ସମସ୍ତେ ନିଜ ଇଚ୍ଛାରେ ଶିକ୍ଷାବୃତ୍ତିରେ ସାମିଲ ହୋଇଛନ୍ତି | ଭିକାରୀଙ୍କ ମଧ୍ୟରେ ଶିକ୍ଷିତ ଭିକାରୀ ସାମ୍ନାକୁ ଆସିବା ପରେ ସେମାନଙ୍କୁ କାମ ଯୋଗେଇଦେବାକୁ ନେଇ ବିଚାର ହେଉଛି | ଏଥିପାଇଁ ସମାଜ କଲ୍ୟାଣ ବିଭାଗ, ଜିଲ୍ଲା ପ୍ରଶାସନ ଓ ଏନଜିଓର ମଧ୍ୟ ସହାୟତା ନିଆଯିବ | ଚିହ୍ନଟ ହୋଇଥିବା ଭିକାରୀଙ୍କ ମଧ୍ୟରୁ ସବୁଠାରୁ ଅଧିକ ୮୦୦ ରାଜଧାନୀର | ୯୫ ଉତ୍ତର ପ୍ରଦେଶ, ୧୫୦ ଦିବ୍ୟାଙ୍ଗ ଅଛନ୍ତି | ତେବେ ପୋଲିସର ଏହି ଅଭିଯାନରେ କୌଣସି ଭିକାରୀର କ୍ରିମିନାଲ ରେକର୍ଡ ସାମ୍ନାକୁ ଆସିନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.