ରାଜ୍ୟରେ ଭଙ୍ଗାଯିବ ୧୧୯୩୮ ଅସୁରକ୍ଷିତ କ୍ଲାସ୍‌ ରୁମ୍, ନିର୍ମାଣ ହେବ ୭୭୯୩୧ ଅତିରିକ୍ତ ଶ୍ରେଣୀ ଗୃହ

Published By : Prameya-News7 Bureau | March 15, 2023 IST

ଭୁବନେଶ୍ବର ୧୫।୩: ରାଜ୍ୟରେ ୧୧୯୩୮ ଅସୁରକ୍ଷିତ ଶ୍ରେଣୀ ଗୃହ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଗାଁରେ ପଞ୍ଚାୟତିରାଜ ବିଭାଗକୁ ସ୍କୁଲ ଗୁଡିକର ମରାମତି ପାଇଁ କୁହାଯାଇଛି । ସମୁଦାୟ ୭୭୯୩୧ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ କରାଯିବ ।

୨୦୨୨-୨୩ରେ ଅତିରିକ୍ତ ୩୬୮୩ ଶ୍ରେଣୀ ଗୃହ ନିର୍ମାଣ କରାଯିବ । ଏଥିରୁ ୧୦୦୩ର ମରାମତି ଚାଲିଛି । ୪୧୯୫ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲର ମରାମତି କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗୃହରେ ଉତ୍ତର ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.