ଲକଡାଉନ୍ ନିୟମ ଉଲଂଘନ କରି ଜରିମାନ ଗଣିଲେ ୧୧୪ ଜଣ ଗାଡି ଚାଳକ
29/04/2020 at 9:06 PM

ଭଦ୍ରକ୨୯/୪: ଲକଡାଉନ୍ ନିୟମ ଉଲଂଘନ କରି ଜରିମାନ ଗଣିଲେ ୧୧୪ ଜଣ ଗାଡି ଚାଳକ। ମୋଟ୍ ଜରିମାନା ଆଦାୟ ରାଶି ୧ ଲକ୍ଷ ୧୨ ହଜାର ଟଙ୍କା। ମାସ୍କ ନପିନ୍ଧି ୪୧ ଜଣ ଦେଇଛନ୍ତି ୮୨୦୦ ଟଙ୍କା ଜୋରିମାନା।

ଜିଲ୍ଲାରେ ୧ ମାସରେ ସମୁଦାୟ ୨୯୪୧ ଗାଡି ଲକ୍ଡାଉନ୍ ନିୟମ ଉଲଂଘନ କରି ସିଜ୍ ହୋଇଛି। ଭଦ୍ରକ ଏସ୍ପି ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି।

ଅନ୍ୟପଟେ ଭଦ୍ରକ ଜିଲ୍ଲାର କଣ୍ଟେମେଣ୍ଟ ଜୋନ୍ରେ ଡ୍ରୋନ କ୍ୟାମେରା ଉଡିଛି। ଆକାଶ ମାର୍ଗରୁ କଣ୍ଟେମେଣ୍ଟ୍ ଜୋନ୍ର ଉପରେ ଡ୍ରୋନ କ୍ୟାମେରା ନଜର ରଖିଛି।

Related Posts
ନିଶା ଦେଇ ଲୁଟ୍, ଦୁଇଟି ଲୁଟ୍ ଘଟଣାରେ ଦୁଇ ଗୁରୁତର
1 February 2023