ତିତିଲ ପାଇଁ ୧୧୪ ବ୍ଲକର ୭୨୨୯ଗାଁ ୫୭ଲକ୍ଷ ୮ହଜାର ୧୩୭ ଲୋକ ପ୍ରଭାବିତ ହୋଇଛନ୍ତି: ଯେତିକି ଅନୁମାନ କରାଯାଉଥିଲା କ୍ଷୟକ୍ଷତି ତାଠାରୁ ବହୁ ଅଧିକା

Published By : Prameya-News7 Bureau | October 15, 2018 IST

ଭୁବନେଶ୍ବର ୧୫|୧୦: ଯେତିକି ଅନୁମାନ କରାଯାଉଥିଲା ତିତଲି କ୍ଷୟକ୍ଷତି ତାଠାରୁ କେତେଗୁଣା ଅଧିକା।  ସରାକରଙ୍କ ଟେନସନ ବଢ଼ାଉଛି ଗଜପତି । ବଢ଼ୁଛି ମୃତ୍ୟୁ ସଂଖ୍ୟା। ୪୧ ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଥିବା ବେଳେ ପ୍ରଶାସନ କହିବା ଅନୁୀସାରେ ୧୮ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ଲକ୍ଷ୍ୟ କରି  ସ୍ଥିତି ସମୀକ୍ଷା କରିବାକୁ ମୁଖ୍ୟମଶାସନ ସଚିବାଙ୍କୁ ଗଜପତି ପାଠାଇଥିଲେ ମୁଖ୍ୟମନ୍ତ୍ରୀ। ଏପଟେ ସବୁ ଜିଲ୍ଲାରେ ଅନୁଧ୍ୟାନ ରିପୋର୍ଟ ଆସିବା ପରେ କେନ୍ଦ୍ର ସରକାରଙ୍କୁ ସହାୟତା ମାଗାଯିବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ତିତିଲ ପାଇ ୧୬ ଜିଲ୍ଳାର ପ୍ରଭାବିତ ହୋଇଥିବା ବେଳେ ଗଜପତି, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ ବିଶେଷ ଭାବେ ପ୍ରଭାବିତ ହୋଇଛି, ଛାରଖାର ହୋଇଯାଇଛି ଗଜପତି ଓ ଗଞ୍ଜାମ ।  ଗଞ୍ଜାମ ଅବସ୍ଥା ସୁଧୁରୁଛି। ଗଜପତିର ସ୍ଥିତି ସୁଧାରିବା ପାଇଁ  ଲାଗିଛି ପ୍ରଶାସନ।  ଏ ହେଉଛି ଗଜପତିରେ ମୁଖ୍ୟ ଶାସନ ସଚିବଙ୍କ ଅନୁଧ୍ୟାନର ଚିତ୍ର।  ମୁଖ୍ୟ ଶାସନ ସଚିବ ଆଜି ସେଠାରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି । ଯୋଗାଯୋଗ ସହିତ ବିଜୁଳି ବ୍ୟବସ୍ଥା ଯୁଦ୍ଧକାଳୀନ ଭିତ୍ତିରେ କରିବା ଲାଗି ଆଲୋଚନା ହୋଇଛି । ଏଣେ ମୁଖ୍ୟମନ୍ତ୍ରୀ କହିଛନ୍ତି ସବୁ ଜିଲ୍ଲାରୁ ଅନୁଧ୍ୟାନ ରିପୋର୍ଟ ଆସିବା ପରେ କେନ୍ଦ୍ର ସରକାରଙ୍କୁ ସହାୟତା ପାଇଁ ମାଗାଯିବ । ଗଜପତିରେ ସମୀକ୍ଷା କରିବାପରେ ପ୍ରଭାବିତ ପରିବାରକୁ ଦୁଇମାସର ଚାଉଳ ଏବଂ ତଚରନ୍ତ ସହାୟତା ରାଶି ୧ହଜାର ଟଙ୍କା ଦେବାକୁ ନିର୍ଦେଶ ଦେଇଛନ୍ତି। ତିତିଲ ପାଇଁ  ୧୧୪ ବ୍ଲକର ୭୨୨୯ଗାଁ ୫୭ଲକ୍ଷ ୮ହଜାର ୧୩୭ ଲୋକ ପ୍ରଭାବିତ ହୋଇଛନ୍ତି। ଚାଷ ସବୁଠାରୁ ଅଧିକ କ୍ଷତି ହୋଇଛି। ଗଞ୍ଜାମର ସ୍ଥିତିରେ ସୁଧାର ଆସିଛି। ଆସ୍କାକୁ ଛାଡିଦେଲେ ଗଞ୍ଜମରେ ବାକି ସ୍ଥାରେ ବିଦ୍ୟୁତ ସଂଯୋଗ ଦିଆସରିଛି। ରାୟଗଡାରେ ରସ୍ତାରୁ ଗଛ ହଟାଇବା ୩ଟି ଓଡ୍ରାଫ ଟିମକୁ ନିୟୋଜିତ କରାଯାଇଛି।  ତିତଲି  ବାତ୍ୟା ବନ୍ୟା ଯୋଗୁଁ ଯଦି କେହି ନିଖୋଜ ଅଛନ୍ତି ତାହେଲେ ସଂପର୍କୀୟମାନେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଜଣାଇବା ପାଇଁ କହିଛନ୍ତି ଏସଆରସି। ତିତିଲରେ ମୁତ୍ୟୁ ସଂଖ୍ୟାକୁ ରାଜନୀତି ଜୋର ଧରିଛି। ସରକାର ବାତ୍ୟା ଓ ବନ୍ୟାରେ ହୋଇଥିବା ମୁତ୍ୟୁ ଲୁଚାଉଛନ୍ତି । କେତେ ଜଣ ମରୁଛନ୍ତି ଠିକ ଭାବେ କହୁନାହାନ୍ତି । ଜିରୋ କାଜୁଆଲିଟି କହି କେବଳ ପ୍ରଚାର ପ୍ରସାର କରିଥିଲେ ବିରୋଧୀ ଅଭିଯୋଗ କରିଛନ୍ତି । ଏପଟେ ବିରୋଧୀଙ୍କୁ ମୁହଁ ତୋଡ ଜବାବ ଦେଇଛି ବିଜେଡି। [gallery ids="49592,49593,49595"] ତିତଲିର କ୍ଷୟକ୍ଷତି ଯେତିକି ଭୟଙ୍କର ଭାବେ ସାମ୍ନାକୁ ଆସିବାରେ ଲାଗି ଏହାକୁ ନେଇ ରାଜନୀତି ମଧ୍ୟ ସେହିପରିମାଣରେ ହେବାରେ ଲାଗିଛି। ତିତିଲି ପ୍ରଭାବରେ ରାଜ୍ୟରେ  କ୍ଷୟକ୍ଷତିହୋଇଥିବାବେ​‌ଳେ  ଅନେକ ଲୋକ ଦୁଃଖ ଦୁର୍ଦଶାରେ ଅଛନ୍ତି ସେଥିପାଇଁ ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ତାଙ୍କ ଜନ୍ମ ଦିନ ପାଳିବେ ନାହିଁ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.