Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୁଣି ବିଶ୍ୱରେ ପ୍ରକୋପ କରିପାରେ କରୋନା! ଇଣ୍ଡୋନେସିଆ ରୋଗୀଙ୍କ ଠାରେ ମିଳିଲା ୧୧୩ଥର ମ୍ୟୁଟେଟ୍ ହୋଇଥିବା ଭାରିଆଣ୍ଟ

29/07/2023 at 4:50 PM

Covid-19

ଜାକାର୍ତ୍ତା ୨୯।୭: କୋଭିଡ-୧୯ ଭୂତାଣୁ ପୁଣି ଥରେ ବିଶ୍ୱରେ ପ୍ରକୋପ କରିପାରେ। ବୈଜ୍ଞାନିକମାନେ ଏପର୍ଯ୍ୟନ୍ତର ସବୁଠାରୁ ଅଧିକ ମ୍ୟୁଟେଟେଡ ଭାରିଆଣ୍ଟର ସନ୍ଧାନ  ପାଇଛନ୍ତି। ଇଣ୍ଡୋନେସିଆରେ ରୋଗୀଙ୍କଠାରେ ମିଳିଥିବା ଏହି ଭାରିଆଣ୍ଟ ଏପର୍ଯ୍ୟନ୍ତ ୧୧୩ଥର ମ୍ୟୁଟେଟ ହୋଇଥିବା ଜଣାପଡିଛି। ବିଶ୍ୱରେ ଆତଙ୍କ ରଚିଥିବା ଓମିକ୍ରନ ଭାରିଆଣ୍ଟ ଠାରୁ ଏହା ଦୁଇଗୁଣରୁ ଅଧିକ ବାର ମ୍ୟୁଟେଟ ହୋଇଛି। ବୈଜ୍ଞାନିକଙ୍କ ଅନୁସାରେ ଜାକାର୍ତ୍ତାରେ ଜଣେ ରୋଗୀଙ୍କ ସ୍ୱାବରୁ ଡେଲ୍ଟା ଭାରିଆଣ୍ଟର ମ୍ୟୁଟେଟେଡ ଭାରିଆଣ୍ଟ ମିଳିଛି। ଯାହା ଅନୁନ୍ୟ ୧୧୩ଥର ମ୍ୟୁଟେଟ କରିଛି।

ଭୂମିକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ, ରିକ୍ଟର ସ୍କେଲରେ ତିବ୍ରତା ୫.୮ ରେକର୍ଡ

ଏହା ତୁଳନାରେ ଓମିକ୍ରନ ପାଖାପାଖି ୫୦ ଥର ମ୍ୟୁଟେଟ ହୋଇଛି। ତେବେ ନୂଆକରି ଚିହ୍ନଟ ଭୂତାଣୁ ପ୍ରକାର ବହୁତ ବିପଦଜନକ ହୋଇପାରେ ବୋଲି ବୈଜ୍ଞାନିକମାନେ ଆଶଙ୍କା ପ୍ରକାଶ କରିଛନ୍ତି। ତେବେ ଓମିକ୍ରନ ଭଳି ଲହରଆଣି ସମସ୍ତଙ୍କୁ ଲକଡାଉନ ଆଡକୁ ଧକ୍କା ଦେବା କି ନା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ତେବେ ଭୂତାଣୁର ଏହି ପ୍ରକାର ଯୋଗୁ ବିଶ୍ୱକୁ ଲକଡାଉନର ଆବଶ୍ୟକତା ପଡି ନପାରେ ବୋଲି ଶୀର୍ଷ ବୈଜ୍ଞାନିକମାନେ କହିଛନ୍ତି। ଏହି ନୂଆ ଭାଇରାସ ମାସେ ପର୍ଯ୍ୟନ୍ତ ଲୋକଙ୍କୁ ସଂକ୍ରମିତ ରଖିପାରେ ବୋଲି ବୈଜ୍ଞାନିକ ଆଶଙ୍କା କରୁଛନ୍ତି। 

କ୍ରୋନିକ ସଂକ୍ରମଣ ସାଧାରଣତଃ ଦୁର୍ବଳ ଇମ୍ୟୁନ ସିଷ୍ଟମ ଲୋକଙ୍କୁ ହୋଇଥାଏ। ତେବେ ଏହି ଭୂତାଣୁ କ୍ୟାନସର ଓ ଏଡସ୍‌ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସାରେ ବାଧାକ ହୋଇପାରେ। ଏଣୁ ଏହି ସଂକ୍ରମଣ ଏବେ ବୈଜ୍ଞାନିକଙ୍କୁ ଚିନ୍ତାରେ ପକାଇଛି। ୱାରୱିକ୍ ୟୁନିଭର୍ସିଟିଙ୍କ ଭାୟରୋଲଜିଷ୍ଟ ପ୍ରଫେସର ଲରେନ୍ସ ୟଙ୍ଗ ନୂଆ ସନ୍ଧାନ ହୋଇଥିବା ଷ୍ଟ୍ରେନ୍‌ରେ ଆଗକୁ ପ୍ରସରିବାର ଅଥବା ଅନ୍ୟଙ୍କୁ ସଂକ୍ରମିତ କରିବାର କ୍ଷମତା ଅଛି କି ନା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ବୋଲି କହିଛନ୍ତି। ହେଲେ ଏହା ଚୁପଚାପ ସଂକ୍ରମଣ ହୋଇଥିବାରୁ ଡର ଲାଗୁଛି।

୨୦ ବର୍ଷରେ ପ୍ରଥମ ଥର ସିଙ୍ଗାପୁରରେ ମହିଳାଙ୍କୁ ଦିଆଯାଇଛି ଫାଶୀ, ଜାଣନ୍ତୁ ତାଙ୍କର ଦୋଷ କ’ଣ?

ୟଙ୍ଗ କହିଛନ୍ତି ଯେ ଭୂତାଣୁ ଆମକୁ ଲଗାତାର ଆଶ୍ଚର୍ଯ୍ୟ ଚକିତ କରୁଛି। ଏଣୁ ଏଥି ପାଇଁ ବେପରୁଆ ରହିବା ବିପଦଜନକ ହୋଇପାରେ ବୋଲି କହିଛନ୍ତି। ଭାଇରସ ଲଗାତାର ମ୍ୟୁଟଣ୍ଟ ହେଉଥିବ ଓ ତୀବ୍ର ବ୍ୟାପିବା ସହ ସେହି ଲୋକଙ୍କୁ ଆକ୍ରାନ୍ତ କରିବ ଯେଉଁମାନଙ୍କ ଇମ୍ୟୁନିଟି ଦୁର୍ବଳ। ସେ କହିଛନ୍ତି ଯେ ପୁରୁଣା ସଂକ୍ରମଣ ଏବେ ଚିନ୍ତାର କାରଣ। ଭୂତାଣୁ ଏପରି ବ୍ୟକ୍ତିଙ୍କଠାରେ ମ୍ୟୁଟେଟ୍ ହେଉଛି  ଯେଉଁମାନେ ପୂର୍ବରୁ ସଂକ୍ରମିତ ହୋଇଛନ୍ତି। ଏଣୁ ଏଥିପ୍ରତି ଦୃଷ୍ଟି ଦେବାକୁ ପଡିବ ବୋଲି ସେ କହିଛନ୍ତି।  

   Related Posts