ଯାଞ୍ଚ ଘେରରେ ଗୁଜରାଟରେ ୧୧୦୦ ମଦ୍ରାସା, ସର୍ଭେ ଦ୍ବାରା ପ୍ରତ୍ୟେକ ଛାତ୍ରଙ୍କୁ ଟ୍ରାକ୍‌ କରିବାକୁ ସରକାରଙ୍କ ଯୋଜନା

Published By : Prameya-News7 Bureau | May 20, 2024 IST

ଅହମଦାବାଦ: ଗୁଜରାଟରେ ପ୍ରାୟ ୧୧୦୦ ମଦ୍ରାସାର ସର୍ଭେ କରାଯାଉଛି। ରାଷ୍ଟ୍ରୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ (ଏନସିପିସିଆର)ର ଆଦେଶ କ୍ରମେ କରାଯାଉଛି ଏହି ସର୍ଭେ ।  ସର୍ଭେରେ, ମଦ୍ରାସାରେ ଅଣ ମୁସଲିମ ଶିଶୁଙ୍କ ସୂଚନା, ମଦ୍ରାସା କର୍ମଚାରୀଙ୍କ ଦରମା ଟଙ୍କାର ଉତ୍ସ ଇତ୍ୟାଦି ଦେବାକୁ କୁହାଯାଇଛି। 

ପ୍ରକୃତରେ ଶିକ୍ଷା ଅଧିକାର ଅଧିନିୟମ ଅନୁଯାୟୀ ଶିକ୍ଷା ପିଲାଙ୍କ ମୌଳିକ ଅଧିକାର। ଏମିତିରେ ମଦ୍ରାସାରେ ପିଲାଙ୍କୁ ଏଭଳି ଶିକ୍ଷା ମିଳୁଛି କିମ୍ବା ନାହିଁ ତାହାକୁ ନେଇ ଶିକ୍ଷା ବିଭାଗ ଚିନ୍ତିତ । ତେବେ ମଦ୍ରାସା ଚଳାଇଥିବା ବ୍ୟକ୍ତିଙ୍କୁ ଏକ ଗୁଗଲ ସିଟ୍‌ ଦିଆଯାଇଛି ଯେଉଁଥିରେ ସବୁ ତଥ୍ୟ ଦେବାକୁ ଦିଆଯାଇଛି।

ଯେଉଁଥିରେ ପିଲାଙ୍କ ତଥ୍ୟ ସମେତ ଅନ୍ୟାନ୍ୟ ତଥ୍ୟ ଦେବାକୁ କୁହାଯାଇଛି। ଯାହାଦ୍ବାରା ବିଭାଗ ପିଲାଙ୍କ ସଠିକ୍ ତଥ୍ୟ ଜାଣିପାରିବ। ଏହା ସହ ମଦ୍ରାସା ପାଇଁ ଘର ନିର୍ମାଣ ଅନୁମତି ରହିଛି କିମ୍ବା, ମଦ୍ରାସାର ଫାୟାର ସେଫ୍ଟୀ ରହିଛି କି ନାହିଁ। ଏହା ବାଦ୍‌ ପାଠ ପଢ଼ା ସମୟ, ମଦ୍ରାସାକୁ ଚଳାଉଥିବା ଟ୍ରଷ୍ଟ କିମ୍ବା ସଂଗଠନର ନାମ, ଠିକଣା, ଛାତ୍ରଙ୍କ ନାମ, ଶିକ୍ଷକଙ୍କ ନାମ ଏବଂ କୌଣସି ମଦ୍ରାସାକୁ ମିଳୁଥିବା ସରକାରୀ ସହୟତା ତଥ୍ୟ ମଧ୍ୟ ରହିଛି। 

ଏହାରି ମଧ୍ୟରେ ଦରିଆପୁର ଠାରେ ଏକ ମଦ୍ରାସାରେ ସର୍ଭେ କରିବାକୁ ପହଞ୍ଚିଥିବା ଏକ ଟିମ୍‌ ଉପରକୁ ଆକ୍ରମଣ ମାମଲା ମଧ୍ୟ ସାମ୍‌ନାକୁ ଆସିଥିଲା।  ଶନିବାର ଏକ ସରକାରୀ ସ୍କୁଲର ପ୍ରନ୍ସିପାଲ ଯେତେବେଳେ ଏକ ମଦ୍ରାସାର ସର୍ଭେ କରିବାକୁ ଯାଇଥିଲେ ସେଠାରେ କିଛି ଲୋକ ତାଙ୍କୁ ପିଟିଥିଲେ। ଜଣେ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ମାମଲାରେ ସାତ ଜଣକୁ ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ ଅବୈଧ ଭାବରେ ଏକାଠି ହେବା, ଦଙ୍ଗା କରିବା, ଡକାୟତି ଏବଂ ଆପରାଧିକ ଧମକ ଦେବା, ଜାଣିସୁଣି କ୍ଷତି ପହଞ୍ଚାଇବା ମାମଲା ରୁଜୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.