ଭଗବାନ ବୁଦ୍ଧଙ୍କ ହଜାର ବର୍ଷ ପୁରୁଣା ଅସ୍ଥି ନେଇ ମହାରାଷ୍ଟ୍ର ପହଞ୍ଚିଲେ ୧୧୦ ଭିକ୍ଷୁ, ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼
13/02/2023 at 10:29 PM

ନୂଆଦିଲ୍ଲୀ, ୧୩/୦୨: ହଜାର ବର୍ଷ ପୁରୁଣା ଭଗବାନ ବୁଦ୍ଧଙ୍କ ଅସ୍ଥି ସାଙ୍ଗରେ ଧରି ଥାଇଲ୍ୟାଣ୍ଡ୍ରୁ ମହାରାଷ୍ଟ୍ର ଆସିଛନ୍ତି ୧୧୦ ବୌଦ୍ଧ ଭିକ୍ଷୁ। ବୌଦ୍ଧ ଭିକ୍ଷୁଙ୍କ ତରଫରୁ ରାଲିର ମଧ୍ୟ ଆୟୋଜନ କରାଯାଉଛି। ଯାହା ମହାରାଷ୍ଟ୍ର ପରଭଣୀ ଜିଲ୍ଳାରୁ ଆରମ୍ଭ ହୋଇଛି ଏବଂ ମୁମ୍ବାଇରେ ଦାଦର ଚୈତ୍ୟଭୂମି ପର୍ଯ୍ୟନ୍ତ ଜାରି ରହିବ। ଏହି ରାଲିରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ଏହି ରାଲି ସୋମବାର ଥାନେ ସହରରେ ପହଞ୍ଚିଛି।
ସେହିଭଳି, ଭୂଟାନ ନାସନାଲ ଆସେମ୍ବଲୀର ଅଧ୍ୟକ୍ଷ ଓ୍ବାଙ୍ଗଚୁକ୍ ନାମଗ୍ୟାଲ ଗତ ସପ୍ତାହରେ ମୁମ୍ବାଇରେ ମହାରାଷ୍ଟ୍ରର ପୂର୍ବତନ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କୁ ଭେଟିଥିଲେ। ଏହି ସମୟରେ ପର୍ଯ୍ୟଟନ ସମ୍ବନ୍ଧରେ ଆଲୋଚନା ହୋଇଥିଲା। ନାମଗ୍ୟାଲ କହିଥିଲେ ଯେ ମହାରାଷ୍ଟ୍ରରେ ଭୂଟାନ ଭଳି ଅନେକ ବୌଦ୍ଧ ସ୍ଥଳ ରହିଛି। ମହାରାଷ୍ଟ୍ରରେ ପ୍ରସିଦ୍ଧ ଅଜନ୍ତା ଏବଂ ଏଲୋରା ଗୁମ୍ଫା ରହିଛି। ସେ କହିଛନ୍ତି ମହରାଷ୍ଟ୍ର ସହ ପର୍ଯ୍ୟଟନ ସହଯୋଗ ଉଭୟ ଦେଶର ଲୋକଙ୍କୁ ଯାତ୍ରା କରିବାରେ ସାହାଯ୍ୟ ହେବ।
ବୌଦ୍ଧ ତୀର୍ଥଯାତ୍ରୀଙ୍କ ଆୟୋଜନ କରୁଛି ଭାରତ:
ସୂଚନାଯୋଗ୍ୟ, ଭାରତ ଦକ୍ଷିଣ କୋରିଆର ୧୦୮ ବୌଦ୍ଧ ତୀର୍ଥଯାତ୍ରୀଙ୍କ ପ୍ରଥମ ଥର ନେତୃତ୍ବ କରୁଛି। ଉଭୟ ଦେଶ ରାଜନୀତିକ ସମ୍ବନ୍ଧର ୫୦ ବର୍ଷ ପୂରଣ ହେବା ଅବସରରେ ଉତ୍ସବ ପାଳନ କରୁଛନ୍ତି। ରିପୋର୍ଟ ଅନୁଯାୟୀ, ସାଙ୍ଗବୋଲ୍ ସୋସାଇଟି ତରଫରୁ ତୀର୍ଥଯାତ୍ରା ଆୟୋଜିତ ଯାତ୍ରା ୧୧୦୦ କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିବ । ଏହି ସମୟରେ ନେପାଳ ଯାଉଥିବା ତୀର୍ଥଯାତ୍ରୀ ଭାରତ ଉତ୍ତର ପ୍ରଦେଶ ଏବଂ ବିହାରରେ ବୌଦ୍ଧ ତୀର୍ଥସ୍ଥଳୀର ପରିଦର୍ଶନ କରିବେ।
ଭାରତ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ସହଯୋଗ ବଢ଼ାଇବା ପାଇଁ ତୀର୍ଥଯାତ୍ରାର ଏକମାତ୍ର ଉଦ୍ଦେଶ୍ୟ ରହିଛି। ଭାରତ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ସଚିବ ଅପୂର୍ବା ଚନ୍ଦ୍ରା କହିଥିଲେ ଯେ ଭାରତ ବୌଦ୍ଧ ପର୍ଯ୍ୟଟନକୁ ଉତ୍ସାହିତ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଜନ ଥିଲା।