AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ: ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
  • ||
  • ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
  • ||
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

୧୧୦ ଜଣ କୃଷକ ଓ ଶ୍ରମିକଙ୍କ ମୁଣ୍ଡ କାଟି ହତ୍ୟା କଲେ ଆତଙ୍କବାଦୀ, ସୀମା ଟପିଲା ନୃଶଂସତା, ସାରା ବିଶ୍ୱ ସ୍ତବ୍ଧ

30/11/2020 at 11:40 AM

ଜୋହାନ୍ସବର୍ଗ,୩୦/୧୧:  ନାଇଜେରିଆରେ ଆତଙ୍କବାଦୀମାନେ ନୃଶଂସତାର ସମସ୍ତ ସୀମା ପାର୍ କରିଛନ୍ତି । ଆତଙ୍କବାଦୀମାନେ ୧୧୦ଜଣ ସାଧାରଣ ଲୋକଙ୍କୁ ନିର୍ଦ୍ଦୟ ଭାବେ ହତ୍ୟା କରିଛନ୍ତି । ମୃତକଙ୍କ ମଧ୍ୟରେ ଅଧିକାଂଶ କୃଷକ ଓ ଶ୍ରମିକ ରହିଛନ୍ତି । ସବୁଠାରୁ ବଡ କଥା ହେଉଛି ଯେ ମୃତକଙ୍କ ମୁଣ୍ଡକୁ ଶରୀରରୁ ଅଲଗା କରିଦେଇଛନ୍ତି ଆତଙ୍କବାଦୀ । ଆକ୍ରମଣ ପଛରେ ବୋକୋ ହାରାମର ହାତ ରହିଛି ।

ହତ୍ୟା କରିବା ପରେ ଆତଙ୍କବାଦୀମାନେ ମୃତକଙ୍କ ପତ୍ନୀ ଓ ଝିଅଙ୍କୁ ଅପହରଣ କରି ନେଇଛନ୍ତି। ନାଇଜେରିଆର ବୋନୋ ରାଜ୍ୟରେ ଏହି ଘଟଣା ଘଟିଛି । ରବିବାର ମୃତକଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା ।

ଏଏଫପିର ରିପୋର୍ଟ ଅନୁସାରେ, ନାଇଜେରିଆରେ ସଂଯୁକ୍ତ ରାଷ୍ଟ୍ରର ସହଯୋଗୀ ଏଡଓ୍ୱାର୍ଡ କେଲେନଙ୍କ କହିବାନୁସାରେ ୧୧୦ଜଣଙ୍କୁ ହତ୍ୟା କରାଯାଇଛି । ଏହାସହ ଅନେକ ଆହତ ମଧ୍ୟ ହୋଇଛନ୍ତି । ସେ ଆହୁରି କହିଛନ୍ତି ଯେ, ଏହା ନିର୍ଦ୍ଦୋଷ ନାଗରିକଙ୍କୁ ହତ୍ୟା କରାଯିବା ନେଇ ପ୍ରଥମ ଘଟଣା । ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି ।

କୁହାଯାଉଛି ଯେ, ଆତଙ୍କବାଦୀମାନେ ବନ୍ଧୁକ ଧରି ମୋଟରସାଇକେଲରେ ଆସିଥିଲେ । ପ୍ରଥମେ ୪୩ଟି ମୃତଦେହ ମିଳିଥିଲା । ପରେ ଶନିବାର ଆଉ ୭୦ଟି ମୃତଦେହ ଉଦ୍ଧାର ହୋଇଛି ।

ନାଇଜେରିଆ ରାଷ୍ଟ୍ରପତି ମହମ୍ମଦ ବୁହାରୀ କହିଛନ୍ତି ଯେ, ଏହି ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଗତ ମାସରେ ମଧ୍ୟ ଆତଙ୍କବାଦୀମାନେ ୨୨ଜଣ କୃଷକଙ୍କୁ ହତ୍ୟା କରିଥିଲେ ।

   Related Posts