୨୬/୧୧ ମୁମ୍ବାଇ ଆତଙ୍କବାଦୀ ହମ୍‌ଲାକୁ ପୁରିଲା ୧୧ବର୍ଷ…

Published By : Prameya-News7 Bureau | November 26, 2019 IST

ମୁମ୍ବାଇ ୨୬।୧୧: ମୁମ୍ବାଇ ଆତଙ୍କବାଦୀ ହମଲାକୁ ଆଜି ପୁରିଲା ୧୧ ବର୍ଷ । ୨୦୦୮ ଆଜିର ଦିନରେ ଆତଙ୍କବାଦୀଙ୍କ ଆଖିବୁଜା ଗୁଳିରେ ଥରି ଉଠିଥିଲା ମୁମ୍ବାଇ ସହର ।

{"id":189929,"sizeSlug":"large"}

ମୁମ୍ବାଇର ତାଜ ହୋଟେଲ ସମେତ ଆଉ ୬ଟି ଜାଗାରେ ଆତଙ୍କବାଦୀ ହମଲା କରିଥିଲେ ।  ଆତଙ୍କୀଙ୍କ  ଗୁଳି ବର୍ଷାରେ ୧୬୦ ଜଣ ପ୍ରାଣ ହରାଇଥିଲେ। ସବୁଠାରୁ ବେଶୀ ଲୋକଙ୍କ ମୃତ୍ୟୁ  ଛତ୍ରପତି ଶିବାଜୀ ଟର୍ମିନାଲରେ ହୋଇଥିଲା।

{"id":189930,"sizeSlug":"large"}

ପ୍ରାୟ ୬୦ ଘଣ୍ଟା ଧରି ଚାଲିଥିଲା ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ । ଶେଷରେ ଭାରତୀୟ ଯବାନମାନେ ଆତଙ୍କବାଦୀଙ୍କୁ କାବୁ କରି ନେଇଥିଲେ ।

{"id":189938,"width":575,"height":322,"sizeSlug":"large"}

ମୁମ୍ବାଇରେ ଏହି ଆତଙ୍କୀ ହମଲା ପଛରେ ଆତଙ୍କୀ ସଂଗଠନ ଲସ୍କର ଇ ତୋଇବାର ହାତ ଥିଲା । ୧୦ ଆତଙ୍କୀ ଅତ୍ୟାଧୁନିକ ମାରଣାସ୍ତ୍ର ଓ ଗ୍ରେନେଡ ମାଧ୍ୟମରେ ଚଳାଇଥିଲେ ନରସଂହାର। 

{"id":189932,"sizeSlug":"large"}

ଏହି ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀ ଅଜମଲ କସାବ ସୁରକ୍ଷାକର୍ମୀଙ୍କ ହାତରେ ଧରା ପଡିଥିଲା।  ଲମ୍ବା ଆଇନ ପ୍ରକ୍ରିୟା ପରେ ଦୋଷୀ ସାବ୍ୟସ୍ତ ହେବାପରେ ୨୧ ନଭେମ୍ବର ୨୦୧୨ରେ କସାବକୁ ଫାଶୀ ଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.