୧୧ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ : ନା ମାନେ ନା

Published By : Prameya-News7 Bureau | July 18, 2018 IST

୧୧ ବର୍ଷୀୟା ନାବାଳିକାକୁ ଗଣ ଦୁଷ୍କର୍ମ । ଦୁଇ ତିନି ଜଣ ନୁହନ୍ତି ୧୮ ଜଣ କାମୁକ କୁନି ଝିଅଟିକୁ ମାସ ମାସ ଧରି ଏପରି ଯୌନ ନିର୍ଯାତନା ଦେଇଛନ୍ତି । ଏହି ବିଭତ୍ସ ଏବଂ ବେଦନା ଦାୟକ ଘଟଣାଟି ଘଟିଛି ଦେଶର ଅନ୍ୟତମ ସମୃଦ୍ଧ ସହର ଚେନ୍ନାଇରେ । ଅଭିଯୋଗ ଭିତ୍ତିରେ ପୋଲିସ ସମସ୍ତ ୧୮ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ଆଉ ଗିରଫଙ୍କ ମଧ୍ୟରେ ଅଛନ୍ତି ପୀଡିତା ନାବାଳିକା ରହୁଥିବା ଆପାର୍ଟମେଣ୍ଟର ଗାର୍ଡ, ଲିଫ୍ଟ ଅପରେଟରଏବଂ ଜଳ ଯୋଗାଣକାରୀ । ପୀଡିତା ଜଣକ ସପ୍ତମ ଶ୍ରେଣୀରେ ପାଠ ପଢେ । ତାକୁ କୌଣସି ପ୍ରକାରେ ପ୍ରଳୋଭିତ କରି ତା ସହ ଖରାପ ଆଚରଣ କରିବା ପରେ ତାକୁ ବ୍ଲାକମେଲିଂ କରି ଏସବୁ ଅଭିଯୁକ୍ତ ବଳାତ୍କାର କରୁଥିଲେ ।ଆପାର୍ଟମେଣ୍ଟର ବିଭାନ୍ନ ସ୍ଥାନରେ ତାକୁ ବଳାତ୍କାର କରିଥିଲେ ବିଭିନ୍ନ ଅଭିଯୁକ୍ତ । ଆଉ ଭୟ ଏବଂ ଲଜ୍ୟା ଯୋଗୁଁ ଝିଅଟି ଚୁପ୍ ରହୁଥିଲା । କିନ୍ତୁ ଯନ୍ତ୍ରଣା ଅସହ୍ୟ ହେବାରୁ ଝିଅଟି ତାର ବଡ ଭଉଣୀକୁ ସବୁ କହିଥିଲା । ତାପରେ ଝିଅର ମାଆ ପୋଲିସରେ ଅଭିଯୋଗ କରିଥିଲେ ।ତଦନ୍ତ ବେଳେ ଅଭିଯୁକ୍ତ ମାନଙ୍କୁ ଜେରା କରିବା ପରେ ସେମାନଙ୍କୁ ଗିରଫ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.