ଏତେ ମାରାତ୍ମକ ଫାଷ୍ଟ ଫୁଡ୍ ! ପିଜା ଖାଇବା ପରେ ୧୧ ବର୍ଷୀୟା ଝିଅର ମୃତ୍ୟୁ

Published By : Prameya-News7 Bureau | June 08, 2024 IST

ନୂଆଦିଲ୍ଲୀ: ପିଲାମାନଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ବର୍ଗର ଏବଂ ପିଜା ପରି ଫାଷ୍ଟ ଫୁଡ୍କୁ ପସନ୍ଦ କରୁଛନ୍ତି। ବିଶେଷଜ୍ଞ କହିଛନ୍ତି ଯେ ଏହି ପ୍ରକାର ଖାଦ୍ୟ ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଇପାରେ। ଗ୍ୟାଷ୍ଟ୍ରିକ ଠାରୁ ଆରମ୍ଭ କରି ମଧୁମେହ  ଓ ରକ୍ତଚାପ ପର୍ଯ୍ୟନ୍ତ ଅନେକ ସ୍ୱାସ୍ଥ୍ୟ ସମସ୍ୟା ହେବାର ଆଶଙ୍କା ରହିଛି।

ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିକଟରେ ଟେକ୍ସାସ୍ ସହରର ଏକ ସ୍କୁଲରେ ପିଜା ଖାଇବା ପରେ ଜଣେ ୧୧ ବର୍ଷିୟା ଛାତ୍ରୀଙ୍କ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିଲା। ଏହାପରେ ତାଙ୍କର ମୃତ୍ୟୁ ଘଟିଛି। ନାବାଳିକାଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ଯଦି କର୍ମଚାରୀମାନେ ଠିକ୍ ସମୟରେ ଚିକିତ୍ସା କରିଥାନ୍ତେ ତେବେ ତାଙ୍କ ଜୀବନ ବଞ୍ଚିଥାନ୍ତା।

ପିଜା ଖାଇବା ପରେ ମୃତ୍ୟୁ ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ଗତ ବର୍ଷ ନଭେମ୍ବରରେ ଜଣେ ୪୬ ବର୍ଷୀୟା ମହିଳା ଇଟାଲୀରେ ପିଜା ଖାଇବା ପରେ ମୃତ୍ୟୁ ବରଣ କରିଥିଲେ। ପିଜା ଖାଇବା ପରେ ସେ ପେଟରେ କଷ୍ଟ ଅନୁଭବ କରିବାକୁ ଲାଗିଲେ। ବଟୁଲିନମ୍ ନାମକ ଜୀବାଣୁ ଦ୍ୱାରା ଖାଦ୍ୟ ବିଷାକ୍ତ ହେବାରୁ ମୃତ୍ୟୁର କାରଣ ବୋଲି କୁହାଯାଇଥିଲା।

ଘଟଣା ଅନୁଯାୟୀ, ଏମର୍ସନ୍ କେଟ୍ କୋଲ୍ ନାମକ ୧୧ ବର୍ଷୀୟା ଛାତ୍ରୀ ଟେକ୍ସାସରେ ସ୍କୁଲରେ ପାଠ ପଢୁଥିଲେ। ପିଜା ଖାଇବା ପରେ ସେ ଆଲର୍ଜି ତଥା ତଥା ଶରୀରରେ ଦୁଗ୍ଧ ଆଲର୍ଜି ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଗଲା। ତାଙ୍କ ଚିକିତ୍ସା ପାଇଁ ଚେଷ୍ଟା ସତ୍ତ୍ୱେ ତାଙ୍କର ମୃତ୍ୟୁ ହୋଇଥିଲା। ଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ନକରିବାରୁ ପରିବାର ସଦସ୍ୟ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.