କୋଟଗଡ଼ ଜଙ୍ଗଲରୁ ୧୧ ସନ୍ଦିଗ୍ଧ ଗିରଫ, ବନ୍ଧୁକ ସହ କଟୁରୀ ଜବତ
19/03/2023 at 7:24 PM

ଫୁଲବାଣୀ: କୋଟଗଡ଼ ଜଙ୍ଗଲରୁ ଗିରଫ ହେଲେ ୧୧ ସନ୍ଦିଗ୍ଧ। ରବିବାର କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ଜରିଘାଟ ଗ୍ରାମ ନିକଟ ଜଙ୍ଗଲରେ ସର୍ଚ୍ଚ ଅପେରସନ ବେଳେ ସିଆରପିଏଫ ଯବାନ ମାନେ ୧୧ ଜଣ ସନ୍ଦିଗ୍ଧଙ୍କୁ ଅଟକରଖି ପଚରା ଉଚୁରା କରୁଛି l ସେମାନଙ୍କ ନିକଟରୁ ଚାରୋଟି ଦେଶୀ ବନ୍ଧୁକ, ତିନୋଟି ଟାଙ୍ଗିଆ, ଦୁଇଟି ମୋବାଇଲ ସହ କିଛିବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରାଯାଇଛିl
ତେବେ ଏତେ ସଂଖ୍ୟାରେ ଲୋକମାନେ ଜଙ୍ଗଲରେ କଣ କରୁଥିଲେ l ବନ୍ୟ ଜନ୍ତୁ ଶିକାର କରିବା ଉଦେଶ୍ୟରେ ଜଙ୍ଗଲ ଯାଇଥିଲେ ନା ସେମାନଙ୍କ କିଛି ମାଓ ଲିଙ୍କ ରହିଛି l ଏ ନେଇ ବିଭିନ୍ନ ଦିଗରୁ ସି ଆରପିଏଫ ଅଧିକାରୀ ମାନେ ପଚରାଉଚରା କରୁଥିବା ଜଣାପଡିଛି l ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ସିଆରପିଏଫ ଅଧିକାରୀ ସୂଚନା ଦେଇଛନ୍ତି l