ବାଟରେ ଜଗି ବସିଥିଲା ଯମ, ବାହାଘରରେ ଯୋଗ ଦେବାକୁ ଯିବାବେଳେ ଦୁର୍ଘଟଣାରେ ଚାଲିଗଲା ୧୧ ଜୀବନ

Published By : Prameya-News7 Bureau | May 04, 2023 IST

ଛତିଶଗଡ ୦୪/୦୫: ଛତିଶଗଡରେ ମର୍ମନ୍ତୁଦ ଦୁର୍ଘଟଣା । ବୋଲେରୋ ସହ କାର୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଗୋଟିଏ ପରିବାରର ୧୧ ଜଣଙ୍କ ମୃତ୍ୟୁ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ପରିବାର ଲୋକଙ୍କ ଜୀବନ ଚାଲିଯାଇଥିଲା । ମୃତକଙ୍କ ମଧ୍ୟରେ ୧୦ ଜଣ ଗୋଟିଏ ପରିବାରର । ତେବେ ଦୁଃଖ ଓ ପରିତାପର ବିଷୟ ଏମାନଙ୍କ ମଧ୍ୟରେ ଗୋଟିଏ ଦେଢ ବର୍ଷର ଶିଶୁ ଅଛି ।

wp:gallery {"linkTo":"none"} /wp:gallery

ଘଟଣା ଘଟିଛି ଚଥିଗଡ କାଙ୍କେର ଜାତୀୟ ରାଜପଥ ଜଗତରା ନିକଟରେ ଘଟିଛି । କୁହାଯାଉଛି, ପରିବାର ସମସ୍ତ ସଦସ୍ୟ ଘମତରୀ ସୌରମ ଗାଁକୁ ବୋଲେରୋ ଯୋଗେ ଯାଉଥିଲେ। ବିବାହ ଉତ୍ସବକୁ ଯୋଗଦେବାକୁ ପରିବାର ଲୋକ ଯାଉଥିଲେ । ତେବେ ହଠାତ୍ ଟ୍ରକ୍ ସହ ପିଟିହୋଇଥିଲା ବୋଲେରୋ । କେହି କିଛି ବୁଝିବା ପୂର୍ବରୁ ନିମିଷକେ ହୋଇଯାଇଥିଲା ଓଲଟପାଲଟ ।

wp:gallery {"linkTo":"none"} /wp:gallery

ଘଟଣାସ୍ଥଳରେ ହିଁ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା । ଜଣେ ଗୁରୁତର ଶିଶୁ ଥିଲେ । ସଂଗେ ସଂଗେ ତାଙ୍କୁ ହସ୍ପିଟାଲ ନିଆଯାଉଥିଲା । କିନ୍ତୁ ହସ୍ପିଟାଲ ଯିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ସେପଟେ ଘଟଣା ଜଣାପଡିବା ପରେ ମୁଖ୍ୟମନ୍ତ୍ରୀ ଭୂପେଶ ସିଂହ ବଘେଲ ଦୁଃଖପ୍ରକାଶ କରିଛନ୍ତି । ଟ୍ୱିଟ୍ କରି କହିଛନ୍ତି ମୁଁ ଦିବଂଗତଙ୍କ ଅମର ଆତ୍ମାର ସଦଗତି କାମନା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.