suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଏଭେରେଷ୍ଟ ପର୍ବତରେ ୯ ଦିନରେ ୧୧ ଜଣ ପର୍ବତ ଆରୋହଣକାରୀଙ୍କ ମୃତ୍ୟୁ : ଫଟୋ ଦେଖି ଲୋକେ ଭୟଭୀତ

28/05/2019 at 12:56 PM

ଜଣେ ଫିଲ୍ମ ମେକର ଏଭେରେଷ୍ଟରେ ଚଢୁଥିବା ବେଳର ଭୟଙ୍କର ଫଟୋ ଉଠାଇଛନ୍ତି । ମୃତଦେହଗୁଡିକୁ ପାର କରି ପର୍ବତାରୋହୀ ଆଗକୁ ବଢୁଥିବା ଫଟୋରେ ଦେଖିବାକୁ ମିଳିଛି । ଦୁନିଆର ସବୁଠାରୁ ଉଚ୍ଚ ପର୍ବତ ଏଭେରେଷ୍ଟ ଏଥର ଭୟଙ୍କର ପ୍ରମାଣିତ ହୋଇଛି । ଗତ ୯ ଦିନ ମଧ୍ୟରେ ୧୧ ଜଣ ପର୍ବତାରୋହୀ ପ୍ରାଣ ହରାଇଛନ୍ତି ।

ପାଗ ଭଲ ନଥିବାରୁ ଏଥର ଏଭେରେଷ୍ଟ ଚଢିବା ପାଇଁ ବହୁତ କମ୍ ଦିନ ସମୟ ମିଳିଥିଲା । ନେପାଳ ଏଥର ୩୮୧ ଜଣଙ୍କୁ ଅନୁମତି ଦେଇଥିଲା । ଏହା ରେକର୍ଡ ସଂଖ୍ୟକ । ଯେଇଁଥିପାଇଁ ପର୍ବତ ଉପରେ ପର୍ବତାରୋହୀଙ୍କୁ ଭିଡ ଜମିଯାଇଥିଲା ।

କାନାଡାର ଫିଲ୍ମ ମେକର ଏଲିଆ ସୈକଲି ପାଖାପାଖି ୩୦ ହଜାର ଫୁଟ ଉଚ୍ଚର ଏକ ଫଟୋ ଇନ୍ସଟାଗ୍ରାମରେ ସେୟାର କରିଥିଲେ । ଏଭେରେଷ୍ଟ ପର୍ବତର ଶିଖରକୁ ଚଢିବା ପାଇଁ ଲୋକେ ଲାଇନରେ ଛିଡା ହୋଇଥିବା ଏଥିରେ ଦେଖିବାକୁ ମିଳିଥିଲା । ସେ ଫଟୋ ମାଧ୍ୟମରେ ପର୍ବତାରୋହୀଙ୍କୁ ଚେତାବନି ଦେବାକୁ ଚେଷ୍ଟା କରିଛନ୍ତି ।

ଫଟୋ ସହ ସେ ଲେଖିଛନ୍ତି ଯେ, “ଆମେମାନେ ଏଠାରେ ଏକ ସ୍ୱପ୍ନକୁ ପିଛା କରି ଆସିଛୁ । କିନ୍ତୁ ଆମ ଗୋଡତଳେ ଜଣେ ପ୍ରାଣ ହରାଇ ସାରିଛି । ଏଭେରେଷ୍ଟ କଣ ହେଇଗଲାଣି” ।

ଏଭେରେଷ୍ଟରେ ଭିଡ କାରଣରୁ ଅଧିକ ଉଚ୍ଚରେ ପର୍ବତାରୋହୀଙ୍କୁ ପର୍ବତ ଉପରେ ଅଧିକ ସମୟ ଅଟକିବାକୁ ପଡୁଛି । ଏହା ଅନେକ ଲୋକଙ୍କ ପାଇଁ ପ୍ରାଣହାନୀ ପ୍ରମାଣିତ ହୋଇଛି । ଅଷ୍ଟ୍ରେଲିଆର ଆଉ ଜଣେ ପର୍ବତାରୋହୀ ୨୪୬୦୦ ଫୁଟ ଉଚ୍ଚରେ ଅଚେତ ହୋଇପଡିଥିଲେ । ବର୍ତ୍ତମାନ ସେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।

   Related Posts