ମେଡିକାଲ୍‌ ସାମ୍ନାରୁ ଲୁଟ୍‌, ଗାଡ଼ି ଡିକି ଭାଙ୍ଗି ଲୁଟିନେଲେ ୧୧ ଲକ୍ଷ

Published By : Prameya-News7 Bureau | October 11, 2022 IST

ସମ୍ୱଲପୁର ୧୦/୧୧: ସମ୍ବଲପୁରରେ ଦିନ ଦ୍ୱିପ୍ରହରେ ଲୁଟ ଅଭିଯୋଗ। ସମ୍ବଲପୁର ସଦର ଡାକ୍ତରଖାନା ସାମ୍ନାରୁ ଏହି ଲୁଟ ହୋଇଥିବା ଅଭିଯୋଗ ହୋଇଛି।  ସଦର ଡାକ୍ତରଖାନା ସାମ୍ନାରେ ବାଇକ ଡିକି ଖୋଲି ଲୁଟେରା ପାଖାପାଖି ୧୧ ଲକ୍ଷ ଲୁଟ କରିନେଇଛନ୍ତି। ଖବର ଅନୁସାରେ ଏମଡି ଜିସାନ ନାମକ ବ୍ୟକ୍ତି ସଦର ମେଡିକାଲ ପାଖରେ ଏକ ଏସି ଓ ରେଫ୍ରିଜେରେଟର ମରାମତି ଦୋକାନ କରିଛନ୍ତି। ତେବେ ଗାଡ଼ି ଡିକିରେ ସେ ୧୧ ଲକ୍ଷ ଟଙ୍କା ରଖି ଆସି ଦୋକାନ ସଟର୍‌ ଖୋଲୁଥିଲେ। ସେହିସମୟରେ ଲୁଟେରା ଏକ ଆପାଚି ବାଇକ୍‌ରେ ଆସି ଡ଼ିକି ଖୋଲି ପଇସା ଧରି ଫେରାର୍‌ ହୋଇଛନ୍ତି।  ତେବେ ଖବର ପାଇ ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.