ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଷ୍ଟଡି ଟୁରରେ ଯାଉଥିଲେ ଛାତ୍ରଛାତ୍ରୀ, ବସକୁ ଯାଞ୍ଚ କରି ୧୧ ଲକ୍ଷ ୨୨ ହଜାର ଟଙ୍କାର ଫାଇନ୍‌ କାଟିଲା ଆର୍‌ଟିଓ

25/09/2021 at 6:45 PM

ନବରଙ୍ଗପୁର, ୨୫/୦୯: ଏକ ଘରୋଇ ବସ୍‌କୁ ଲକ୍ଷେ ଦୁଇ ଲକ୍ଷ ନୁହେଁ ୧୧ ଲକ୍ଷର ଫାଇନ୍‌ ହୋଇଥିବା ଜଣାପଡ଼ିଛି । କଲେଜ ଛାତ୍ରଛାତ୍ରୀଙ୍କ ଷ୍ଟଡ଼ି ଟୁରରେ କଳାହାଣ୍ଡିରୁ  ସିମିଳିଗୁଡା ନେଇ ଯାଉଥିବା ସୋମେଶ ନାମକ ଏହି ବସକୁ ୧୧ଲକ୍ଷ ୨୨ ହଜାର  ୧୪୭ ଟଙ୍କାର ଫାଇନ ହୋଇଛି । ଏନେଇ ଫାଇନ ପକାଇଛି ନବରଙ୍ଗପୁର ପରିବହନ ବିଭାଗ । 

ଓଡ଼ି ୩୩ ବି ୧୧୧୧ ନମ୍ବରର ଏହି ବସ୍‌ଟି ଭବାନୀପାଟଣାରୁ ସିମିଳିଗୁଡା ଯାଉଥିଲା ବେଳେ ପାପଡାହାଣ୍ଡି ସ୍ଥିତ ଡିଅର ପାର୍କ ନିକଟରେ ପରିବହନ ବିଭାଗ ତରଫରୁ ଚେଙ୍କିଙ୍ଗ ଚାଲିଥିବା ସମୟରେ ଫାଇନ ଆଦାୟ କରାଯାଇଛି । ବସ୍‌ଟିର ମେ ୨୦୧୯ରୁ ଟ୍ୟାକ୍ସ ଦିଆଯାଇ ନାହିଁ ଓ ଗାଡିର ପରମିଟ ନଥିବାରୁ ଫାଇନ ପକାଯାଇଥିବା ନେଇ ନବରଙ୍ଗପୁର ପରିବହନ ଅଧିକାରୀ ସୂଚନା ଦେଇଛନ୍ତି । ଏହାସହ ଅନ୍ୟ ଏକ ଗାଡିର ବ୍ୟବସ୍ଥା କରି ଛାତ୍ରଛାତ୍ରୀଙ୍କୁ ସିମିଳିଗୁଡା ପଠାଯାଇଥିବା ଜଣାପଡ଼ିଛି ।

   Related Posts