ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ବଜେଟ୍ ପୂର୍ବରୁ ସେୟାର ବଜାରରେ ହାହାକାର, ୨ ଦିନରେ ନିବେଶକଙ୍କର ବୁଡିଲା  ୧୧ଲକ୍ଷ କୋଟି ଟଙ୍କା

27/01/2023 at 8:37 PM

ମୁମ୍ବାଇ ୨୭।୧: ଆସନ୍ତା ଫେବୃଆରୀ ୧ ତାରିଖରେ ଅର୍ଥମନ୍ତ୍ରୀ ସଂସଦରେ ୨୦୨୩-୨୪ ବର୍ଷ ଲାଗି ବଜେଟ୍ ଉପସ୍ଥାପନ କରିବେ। ଦେଶରେ ବଜେଟ୍ ପୂର୍ବରୁ ସେୟାର ବଜାରରେ ହାହାକାର ପଡିଯାଇଛି। ମାତ୍ର ୨ଟି ବ୍ୟବସାୟୀକ ଦିନରେ ସେୟାର ବଜାରରେ ସେନସେକ୍ସ ୧୫ଶହ ପଏଣ୍ଟ ଖସିଯାଇଛି। ଫଳରେ ନିବେଶକଙ୍କୁ ଗୁରୁତର କ୍ଷତିର ସମ୍ମୁଖୀନ ହେବାକୁ ପଡିଛି। ଗତ ବୁଧବାରଠାରୁ ସେୟାର ବଜାର ଚାପରେ ରହିଛି।

ବୁଧବାର ଦିନ ସେନସେକ୍ସ ୭୭୪ ପଏଣ୍ଟ ଅର୍ଥାତ ୧.୨୭ ପ୍ରତିଶତ ଖସିଯାଇଥିଲା। ସେହିପରି ନିଫ୍ଟି ମଧ୍ୟ ୨୨୬.୩୫ ପଏଣ୍ଟ ଅର୍ଥାତ ୧.୨୫ପ୍ରତିଶତ ହ୍ରାସ ସହ ବନ୍ଦ ହୋଇଥିଲା। ତେବେ ତା ପରଦିନ ସାଧାରଣତନ୍ତ୍ର ଦିବସ ଲାଗି ବଜାର ବନ୍ଦ ଥିଲା।  ହେଲେ  ଶୁକ୍ରବାର ସକାଳେ ବଜାର ହ୍ରାସ ସହ ଆରମ୍ଭ ହୋଇଥିବା ବେଳେ କାରବାର ଶେଷ ବେଳକୁ ସେନସେକ୍ସ ୮୭୪.୧୬ ପଏଣ୍ଟ ଅର୍ଥାତ ୧.୪୫ ପ୍ରତିଶତ ହ୍ରାସ ହୋଇ ୫୯,୩୩୧ ପଏଣ୍ଟରେ ଅଟକିଛି। ଦିନରେ କାରବାର କାଳରେ ସେନସେକ୍ସ ହ୍ରାସ ହୋଇ ୫୮,୯୭୪.୭୦ ପଏଣ୍ଟ ପର୍ଯ୍ୟନ୍ତ ଆସିଯାଇଥିଲା।

ସେହିପରି ନିଫ୍ଟି ୨୮୮ ପଏଣ୍ଟ ହ୍ରାସ ହୋଇ ୧୭,୬୦୪ ପଏଣ୍ଟରେ ବନ୍ଦ ହୋଇଛି। ବୁଧବାର ଓ ଶୁକ୍ରବାର ୨ଟି ବ୍ୟବସାୟୀକ ଦିବସରେ ନିବେଶକଙ୍କର ପ୍ରାୟ ୧୧ ଲକ୍ଷ କୋଟି ଟଙ୍କା ବୁଡି ଯାଇଛି। ତେବେ ଅଚାନକ ଏପରି ହ୍ରାସ ଲାଗି ବିଶେଷଜ୍ଞ ହିଣ୍ଡେନବର୍ଗ ରିପୋର୍ଟକୁ ଦାୟି କରିଛନ୍ତି। ଏହି ରିପୋର୍ଟରେ ଆଦାନୀ ଗ୍ରୁପ ଉପରେ ଅନେକ ଗୁରୁତର ଅଭିଯୋଗ କରାଯାଇଛି। ଏହା ସହ ରିପୋର୍ଟରେ ବ୍ୟାଙ୍କମାନଙ୍କ ଦ୍ୱାରା ଆଦାନୀ ଗ୍ରୁପକୁ ଦିଆଯାଇଥିବା ଋଣର ମଧ୍ୟ ଉଲ୍ଲେଖ ରହିଛି। ଖାସ ଏହି କାରଣ ଯୋଗୁ ଗତ ୨ଟି ବ୍ୟବସାୟୀକ ଦିନରେ ଆଦାନୀ ଗ୍ରୁପ ଓ ବ୍ୟାଙ୍କିଙ୍ଗ ସମ୍ପର୍କିତ ଷ୍ଟକ୍ସ ଭୀଷଣ ଚାପରେ ଅଛନ୍ତି।

ତେବେ ବୈଶ୍ୱିକ ବ୍ରୋକରେଜ ଫାର୍ମ ସିଏଲଏସଏ ଆଦାନୀ ସମୂହକୁ ଦିଆଯାଇଥିବା ଲୋନ କାରଣରୁ ବ୍ୟାଙ୍କମାନଙ୍କ ରିସ୍କ ଲିମିଟେଡ୍ ଥିବା କହିଛନ୍ତି। ଅର୍ଥାତ ଏଥିରେ ବ୍ୟାଙ୍କମାନଙ୍କ ଲାଗି ସେପରି କୌଣସି ବିପଦ ଆଶଙ୍କା କରାଯାଉନି। ତେବେ ଏହି ୨ ଦିନରେ ଆଦାନୀ ସମୂହର କମ୍ପାନୀମାନଙ୍କୁ ୪ ଲକ୍ଷ କୋଟିରୁ ଅଧିକ କ୍ଷତି ସହିବାକୁ ପଡିଛି। ରିପୋର୍ଟ ପରେ ବିଦେଶୀ ସଂସ୍ଥାଗତ ନିବେଶକ (ଏଫଆଇଆଇ)ମାନେ ବ୍ୟାପକ ବିକାବିକି ଚଳାଇଛନ୍ତି। ତେବେ ଦେଶର ସାଧାରଣ ବଜେଟ୍ ପୂର୍ବରୁ ଦଲାଲ ଷ୍ଟ୍ରିଟ୍‌ରେ ନିବେଶକଙ୍କ ଠାରେ ହାତାସା ଦେଖାଯାଇଛି। ଏଥିରେ ବିଶେଷଜ୍ଞମାନେ ଦୀର୍ଘ ଅବଧି ପୁଞ୍ଜିଗତ ଲାଭ ହାର ବୃଦ୍ଧି ଅଥବା କର୍ପୋରେଟ ଟ୍ୟାକ୍ସରେ ବୃଦ୍ଧି ଭଳି ପ୍ରସ୍ତାବ ଯୋଗୁ ବଜାରରେ ମାନ୍ଦାବସ୍ଥା ସମ୍ଭାବନା ବୃଦ୍ଧି ପାଇପାରେ ବୋଲି କହିଛନ୍ତି।

   Related Posts