ଅଳିଆ ଉଠାଉଥିଲେ ୧୧ ମହିଳା, ଜିତିଲେ ୧୦ କୋଟିର ଲଟେରୀ
28/07/2023 at 7:38 PM

ନୂଆଦିଲ୍ଲୀ, ୨୮/୦୭: କୁହାଯାଏ ଗରିବକୁ ଦଇବ ସାହା। ଏ ଉକ୍ତି କେତେ ସତ ତାହା ଏହି ୧୧ ଜଣ ମହିଳାଙ୍କ କାହାଣୀରୁ ଆପଣ ନିଶ୍ଚୟ ବୁଝିପାରିବେ। କାରଣ ଜୀବନ ଜୀଇଁବା ପାଇଁ ପ୍ରତିଦିନ ସଂଘର୍ଷ କରୁଥିବା ଏହି ମହିଳାମାନେ ଜିତିଛନ୍ତି ୧୦ କୋଟିର ଲଟେରୀ । ଆଉ ଦୂର ହୋଇଛି ସେମାନଙ୍କର ଦାରିଦ୍ର୍ୟ।
ପ୍ରକୃତରେ ଏହି ମହିଳାମାନେ ନଗର ନିଗମ କର୍ମଚାରୀ ଭାବରେ ନିୟୋଜିତ। ପ୍ରତିଦିନ ଘରକୁ ଘର, ଅଫିସ୍ରୁ ଅଫିସ୍ ଯାଇ ସଂଗ୍ରହ କରନ୍ତି ପ୍ଲାଷ୍ଟିକ୍। ଏହି ପ୍ଲାଷ୍ଟିକ୍ ସଂଗ୍ରହ କରି ମିଳୁଥିବା ବେତନରେ ହିଁ ସେମାନଙ୍କର ଘର ଚଳେ। ଏମିତିକି ୨୫୦ ଟଙ୍କାର ଲଟେରୀ ଟିକେଟ କିଣିବା ପାଇଁ ପ୍ରତ୍ୟେକ ୨୫ ଟଙ୍କା ଚାନ୍ଦା କରିଥିଲେ। ଆଉ ଏବେ ଏହି ଲଟେରୀ ଜିତିବା ପରେ ସେମାନଙ୍କ ଖୁସି କହିଲେ ନସରେ ।
ଆହୁରି ପଢ଼ନ୍ତୁ: ଭାଗ୍ୟ ପରିବର୍ତ୍ତନ କଲା ଲଟେରୀ, କାର୍ ଚାଳକରୁ କୋଟିପତି ହେଲେ ୟୁଏଇରେ ରହୁଥିବା ଭାରତୀୟ ଯୁବକ
ଘଟଣା ହେଉଛି, କେରଳ ମଲ୍ଲପୁରରମ ଜିଲ୍ଲାର, ଏଠାରେ ପରପ୍ପନଙ୍ଗଡୀ ନଗରପାଳିକାରେ ହରିଥି କର୍ମ ସେନାର ସଦସ୍ୟ ହେଉଛନ୍ତି ଏହି ମହିଳାମାନେ । ଘର ଚଳାଇବା ପାଇଁ ଘର ଘର ଯାଇ ପ୍ଲାଷ୍ଟିକ୍ ଅଳିଆ ଉଠାଇ ଗୁଜୁରାଣ ମେଣ୍ଟାଇଥାନ୍ତି। ଲଟେରୀ ଜିତିଥିବା ମହିଳାଙ୍କ ନା ହେଉଛି- ପି.ପାର୍ବତୀ, କେ ଲୀଲା, ଏମପି ରାଧା, ଏମ ସିଜା, କେ. ଚନ୍ଦ୍ରିକା, ଇ ବିନ୍ଦୁ, କାର୍ତିୟାୟିନୀ, କେ ଶୋଭା, ସି ବେବୀ, ସି କୁଟ୍ଟିମାଲ ଏବଂ ପି ଲକ୍ଷ୍ମୀ।
ତେବେ ୧୦ କୋଟିର ଲଟେରୀ ଜିତିବା ପରେ ମହିଳାମାନେ କହିଛନ୍ତି ଯେ, ସେମାନେ ନିଜ କାମ ଜାରି ରଖିବେ। ସେମାନେ କହିଛନ୍ତିି ‘ଆମେ ମିଳିମିଶି ଲଟେରୀ କରିଥିଲେ ଏଥିପାଇଁ ମିଳିମିଶି ହିଁ କାମ କରିବେ। ପରପ୍ପନଙ୍ଗଡୀ ନଗରପାଳିକା ଅଧ୍ୟକ୍ଷ ଉସ୍କାନ ଏ କହିଛନ୍ତି ଯେ, ‘‘ଭାଗ୍ୟ ସବୁଠୁ ଯୋଗ୍ୟ ଟିମ୍ର ସାଥ୍ ଦେଇଛନ୍ତି। କାରଣ ଏହି ମହିଳାମାନେ ଚଳିବା ପାଇଁ ସଂଘର୍ଷ କରୁଥିଲେ। ଏମାନେ ନିଜ କାମ ପାଇଁ ମଧ୍ୟ ଖୁବ୍ ସଚ୍ଚୋଟ ଥିଲେ।
ଏଚକେଏସର ଅଧ୍ୟକ୍ଷ କହିଛନ୍ତି ‘‘ଏହି ମହିଳାଙ୍କ ମଧ୍ୟରେ କିଛି ଋଣ ଭାରରେ ବୁଡ଼ି ରହିଛନ୍ତି। କିଛି ସେମାନଙ୍କ ଝିଅ ବିବାହ କରିବାକୁ ଚାହୁଛନ୍ତି। ଏମିତିକି ଔଷଧ ଖର୍ଚ୍ଚ ମଧ୍ୟ ଉଠାଇବା ସେମାନଙ୍କ ପକ୍ଷେ ସମ୍ଭବ ନଥିଲା।’’ ତେବେ ଏହା ସେମାନଙ୍କର ପ୍ରଥମ ଲଟେରୀ ନୁହେଁ ଏହା ପୂର୍ବରୁ ଏମାନେ ୭,୫୦୦ ଟଙ୍କାର ଲଟେରୀ ଜିତିଥିଲେ । ଆଉ ଥରେ ଭାଗ୍ୟ ପରୀକ୍ଷା କରିବାକୁ ଚାହିଥିଲେ। ଆଉ ଏଥର ସେମାନଙ୍କୁ ସଫଳତା ମିଳିଥିଲା।