ବସ୍-ଡମ୍ପର ମୁହାଁମୁହିଁ ଧକ୍କା, ୧୧ ଆହତ ଯାତ୍ରୀ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | May 16, 2024 IST

ଯାଜପୁର ୧୬।୫: ଯାଜପୁର ୨୦ନଂ ଜାତୀୟ ରାଜପଥ ମହେଶ୍ୱରପୁର ପେଟ୍ରୋଲ ପମ୍ପ ନିକଟରେ ବସ୍ ସହ ଡମ୍ପର ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ୧୧ ଯାତ୍ରୀ ଆହତ ହୋଇଛନ୍ତି । ବରୀରୁ କଟକ ଯାଉଥିବା ‘ଦେବଯାନୀ’ ନାମକ ବସ୍ ସହ ଏକ ଚିପ୍ସ ବୋଝେଇ ଡମ୍ପର ସହ ସାମ୍ନାସlମ୍ନି ଧକ୍କା ହୋଇଥିଲା । ଫଳରେ ୧୧ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଥିଲା ଶତାଧିକ ଗାଡ଼ି ମଟର । 

ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ବରୀ କାଇପଡ଼ାରୁ ଯାତ୍ରୀ ନେଇ କଟକ ଯାଉଥିବା ‘ଦେବଯାନୀ’ ନାମକ ବସ୍ ସଦର ଥାନା ଅନ୍ତର୍ଗତ ମହେଶ୍ୱରପୁର ପେଟ୍ରୋଲ ପମ୍ପ୍ ନିକଟରେ କୁଆଖିଆ ନିକଟରୁ ଆସୁଥିବା ଚିପ୍ସ ବୋଝେଇ ଡମ୍ପର ସହ ଧକ୍କା ହୋଇଥିଲା । ଫଳରେ ୧୧ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିଲେ । ତେବେ ବସ୍‌ରେ ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ ଥିବା ବେଳେ ଡ୍ରାଇଭର ଓ ହେଲପର ଫେରାର ହୋଇଥିବା ଜଣାପଡିଛି । ସେପଟେ ଆହତ ହୋଇଥିବା ଯାତ୍ରୀଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି ।

You Can Read :

ଖଲ୍ଲିକୋଟ ନିର୍ବାଚନୀ ହିଂସା ଘଟଣାରେ କାର୍ଯ୍ୟାନୁଷ୍ଠାନ : ୮ ଜଣଙ୍କୁ ବାନ୍ଧିଲା ଖଲ୍ଲିକୋଟ ପୋଲିସ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.