ଭୟାବହ ଅଗ୍ନିକାଣ୍ଡ, ୧୧ ବଖରା ଘର ଜଳି ଭସ୍ମୀଭୂତ

Published By : Prameya-News7 Bureau | March 01, 2023 IST

ଆଠଗଡ ୧।୩: କଟକ ଜିଲ୍ଲା ନରସିଂହପୁର ବ୍ଲକ୍ ବାଲିସାହି ପଞ୍ଚାୟତ କଅଁରପୁର ଗ୍ରାମରେ ଅଗ୍ନିକାଣ୍ଡ । ନିଆଁ ଲାଗି ୧୧ ପରିବାରର ୧୧ ବଖରା ଘର ସଂପୂର୍ଣ୍ଣ ଜଳିଯାଇଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ   ଥିବାବେଳେ କେହି ଆହତ ହୋଇନଥିବା ଜଣାପଡିଛି । କଅଁରପୁର ଗାଁର ନଳିନୀ ନାୟକ ତାଙ୍କ ଝିଅ ବାହାଘର ପାଇଁ ରଖିଥିବା ସମସ୍ତ ସୁନା ରୂପା ଅଳଙ୍କାର ଆସବାବାପତ୍ର ପୋଡ଼ି ଯାଇଛି । ନରସିଂହପୁର ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ଗ୍ରାମବାସୀମାନେ ଆୟତ୍ତ କରିଥିଲେ । ମାତ୍ର ସେତେବେଳକୁ ଅଗ୍ନିକାଣ୍ଡରେ ସବୁ ଜଳିପୋଡ଼ି ନଷ୍ଟ ହୋଇ ଯାଇଥିଲା । ଖବର ପାଇଁ ନରସିଂହପୁର ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ପ୍ରଶାସନିକ ଅଧିକାରୀ ପହଞ୍ଚି ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଯୋଗାଇ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.