ନୂଆଦିଲ୍ଲୀ ୨୧/୧୨ : ନୂଆ କୃଷି ଆଇନ ବିରୋଧରେ ସିଂଘୁ ସୀମାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି। ଗତ ୨୬ ଦିନ ହେଲା କୃଷକ ସିଂଘୁ ସୀମାରେ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି। BKU ପଞ୍ଜାବର ସଚିନ ବଳବନ୍ତ ସିଂହ କହିଛନ୍ତି, 'ଆଜିଠାରୁ ଏଠାରେ ପ୍ରତିଦିନ ୧୧ ଜଣ ଅନଶନରେ ବସିବେ। ଆମେ କହିବାକୁ ଚାହୁଁଛୁ ଯେ ସରକାର ଆମ ଦାବି ପୂରଣ କରୁନାହାନ୍ତି ଏବଂ ଆମେ ଏହିଭଳି ଆମ ଦାବି ମନେଇବୁ।'
ଭାରତୀୟ କୃଷକ ୟୁନିୟନ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଉତ୍ତର ପ୍ରଦେଶ ଗେଟରେ ଆଜିଠାରୁ, ସୋମବାର ଦିନରୁ ଲଙ୍ଗର ଚାଲିବ। ଏଥିପାଇଁ ଶାମଲି ଜିଲ୍ଲାର ୬୦ ଗାଁରୁ ସାମଗ୍ରୀ ବ୍ୟବସ୍ଥା କରାଯାଇଛି। ସକାଳ ୮ଟା ରୁ ଗାଁମାନଙ୍କରୁ ରାସନ ଆଣିବା ଆରମ୍ଭ ହୋଇଯିବ। ରାସନ ଟ୍ରାକ୍ଟର ଟ୍ରଲିରେ ଆସିବ ଏବଂ ୟୁପି ଗେଟରେ କୃଷକଙ୍କ ସହ ରାଲିରେ ଯିବ।
କୃଷକ ଆନ୍ଦୋଳନ ଯୋଗୁଁ ଧନସା ସୀମା ମଧ୍ୟ ଟ୍ରାଫିକ ଗତିବିଧି ପାଇଁ ବନ୍ଦ ରହିଛି। ଝଟିକରା ସୀମା ପଥଚାରୀ ଓ ଦୁଇ ଚକିଆ ଯାତ୍ରୀଙ୍କ ପାଇଁ ଖୋଲା ରହିଛି। ତାଛଡା ଦୌରାଲା, କାପାଶେରା, ବାଦୁସରାଇ, ରାଜୋକରି ଏନଏଚ-୮, ବିଜୱାସାନ୍, ପଲାମ ବିହାର ଏବଂ ଡୁଣ୍ଡେହେରା ସୀମା ଖୋଲା ରହିଛି।
କୃଷକ ଆନ୍ଦୋଳନ ଯୋଗୁଁ ଦିଲ୍ଲୀର ଅନେକ ସୀମା ଆଜି ବି ବନ୍ଦ ରହିଛି। ଦିଲ୍ଲୀ ପୋଲିସ ସୋମବାର ଦିନ ଟ୍ରାଫିକ ଆଡ଼ଭାଇଜାରୀ ଜାରି କରି କହିଛି ଯେ କୃଷକ ଆନ୍ଦୋଳନ ଯୋଗୁଁ ସିଂଘୁ, ଔଂଚଜି , ପିଆଉ ମନିଆରି ଏବଂ ମଙ୍ଗେଶ ସୀମା ବନ୍ଦ ରହିଛି| ଲୋକଙ୍କୁ ଲାମପୁର. ସଫିୟାବାଦ ସାବୋଲି ଓ ସିଂଘୁ ସ୍କୁଲ ଟୋଲ ଟ୍ୟାକ୍ସ ବର୍ଡ଼ର ଦେଇ ଯାତ୍ରା କରିବାକୁ ପରାମର୍ଶ ଦିଆଯାଇଛି।