oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ପଇଡ ମଦ ହେଲା ବିଷ : ୧୧ ମୃତ, ୩୦୦ରୁ ବେଶୀ ଅସୁସ୍ଥ

24/12/2019 at 12:17 PM

ମାନିଲା ୨୪।୧୨: ପଇଡ ମଦ ପିଇ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦୦ ଜଣ ଅସୁସ୍ଥ ହୋଇଛନ୍ତି । ଫିଲିପାଇନ୍ସରେ ଆୟୋଜିତ ଏକ ଖ୍ରୀଷ୍ଟମାସ ପାର୍ଟିରେ ଏଭଳି ଘଟଣା ଘଟିଛି । ଅସୁସ୍ଥମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ରାଜଧାନୀ ମାନିଲାର ଦକ୍ଷିଣରେ ଅବସ୍ଥିତ ଲାଗୁନା ଓ କ୍ବେଜନ୍ ଠାରେ ଗତ ଦୁଇ ତିନି ଧରି ଆୟୋଜିତ ହୋଇଥିଲା ଏହି ଉତ୍ସବ । ଉତ୍ସବରେ ସାମିଲ ହୋଇଥିବା ଲୋକମାନେ ‘ଲାମ୍ବାନଗ’ ପାନୀୟ ପିଇଥିଲେ । ପଇଡ଼ରୁ ଏହି ପାନୀୟ ପ୍ରସ୍ତୁତ କରାଯାଇଥାଏ । ଏହି ପାନୀୟ ସମ୍ପୃକ୍ତ ଅଞ୍ଚଳରେ ବେଶ୍ ଲୋକପ୍ରିୟ ଏବଂ ପାର୍ଟିଗୁଡିକରେ ସମସ୍ତେ ଏହାକୁ ପାନ କରନ୍ତି । ଏହାର ପ୍ରସ୍ତୁତି ଓ ବିକ୍ରୟ ଉପରେ କୌଣସି ସରକାରୀ ନିୟନ୍ତ୍ରଣ ନ ଥାଏ । ଅନେକ ସମୟରେ ଏହା ଅପମିଶ୍ରଣ କାରଣରୁ ବିଷାକ୍ତ ହୋଇଯାଇଥାଏ ।

ଏଥିଯୋଗୁଁ ଏଭଳି ଅଘଟଣ ଘଟିଥିବା ଆଶଙ୍କା କରାଯାଉଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମୃତକଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ।

   Related Posts