ତବରେସ୍ ଅନସାରୀ ମୋବ୍ ଲିଚିଂ ମାମଲା; ୧୩ ଅଭିଯୁକ୍ତଙ୍କ ମଧ୍ୟରୁ ୧୧ ଦୋଷୀ ସାବ୍ୟସ୍ତ

Published By : Prameya-News7 Bureau | June 28, 2023 IST

ରାଞ୍ଚି: ଝାଡ଼ଖଣ୍ଡ ତବରେସ୍ ଅନସାରୀ ମୋବ୍ ଲିଚିଂ ମାମଲାରେ ୧୧ଜଣ ଦୋଷୀ ସାବ୍ୟସ୍ତ । ଝାଡ଼ଖଣ୍ଡର ସରାଇକେଲା କୋର୍ଟ ମାମଲାର ଶୁଣାଣି କରି ୧୩ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୧୧ଜଣଙ୍କୁ ଦୋଷୀ ବୋଲି ଘୋଷଣା କରିଛନ୍ତି । ଆସନ୍ତା ଜୁଲାଇ ୫ ତାରିଖରେ ଦୋଷୀଙ୍କୁ ଦଣ୍ଡଦେଶ ଶୁଣାଇବେ ଅଦାଲତ ।

ଶୁଣାଣି ବେଳେ ଜଣେ ଅଭିଯୁକ୍ତ କୌଶଳ ମହାଲୀଙ୍କ ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୨ଜଣଙ୍କ ବିରୋଧରେ ପ୍ରମାଣ ଅଭାବରୁ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି । ତେବେ ୧୦ ଦୋଷୀ ହେଲେ ଭୀମ୍ ସିଂହ ମୁଣ୍ଡା,  କମଲ ମାହାତୋ, ମଦନ ନାଏକ, ଅତୁଲ ମହାଲୀ, ସୁମନ୍ତ ମାହାତୋ, ବିକ୍ରମ ମଣ୍ଡଳ, ଚାମୁ ନାଏକ, ପ୍ରେମଚାନ୍ଦ ଏବଂ ମହେଶ ମହାଲି।  

wp:embed {"url":"https://www.prameyanews7.com/bsf-jawan-martyred-in-encounter-with-rioters/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bsf-jawan-martyred-in-encounter-with-rioters/
/wp:embed

ସରକାରୀ ଓକିଲ ଅଶୋକ କୁମାର କହିଛନ୍ତି, ତବରେସ୍ ଅନସାରୀ ମୋବ୍ ଲିଚିଂ ମାଲମାରେ ୧୩ ଅଭିଯୁକ୍ତଙ୍କ ମଧ୍ୟରୁ ଶୁଣାଣି ବେଳେ ଜଣଙ୍କର ମୃତ୍ୟୁ ହୋଇଯାଇଛି । ସେହିପରି ଅନ୍ୟ ଦୁଇଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ମୁଖ୍ୟ ଅଭିଯୁକ୍ତ ପ୍ରକାଶ ମଣ୍ଡଳ ବା ପପୁ ଆରମ୍ଭରୁ ବିଚାର ବିଭାଗୀୟ ହାଜତରେ ବନ୍ଦ ରହିଛନ୍ତି ।

wp:embed {"url":"https://www.prameyanews7.com/rahul-gandhi-will-visit-violent-manipur/","type":"wp-embed","providerNameSlug":"prameya-news-7"}
https://www.prameyanews7.com/rahul-gandhi-will-visit-violent-manipur/
/wp:embed

ଏହି ମୋବ୍ ଲିଚିଂ କେସ୍ ୨୦୧୯ ମସିହାର । ତବରେସ୍ ଅନସାରୀଙ୍କୁ ଏକ ଚୋରି ମାମଲାରେ ଅଭିଯୁକ୍ତମାନେ ପିଟି ପିଟି ହତ୍ୟା କରିଥିଲେ । ୨୦୧୯ ଜୁନ୍ ୧୭ ତାରିଖରେ ଏକ ମୋଟର ସାଇକେଲ୍ ଚୋରି କେସରେ ତବରେସକୁ ଅଭିଯୁକ୍ତ ମାନେ ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ପିଟିଥିଲେ । ଏହି ଅଭାବନୀୟ ଘଟଣା ସରାଇକେଲା-ଖରସୁଆଁ ଜିଲ୍ଲାର ଧତକଡିହି ଗାଁରେ ଘଟିଥିଲା । ୧୮ ତାରିଖ ଦିନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନସାରୀକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ଅବସ୍ଥା ଗୁରୁତର ହେବାରୁ ତାକୁ ଜାମସେଦପୁର ଟାଟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତବକେସର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପୋଲିସ ୧୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.