ପଡିଆରେ ଚରିବା ବେଳେ ମାରିଲା ବଜ୍ରପାତ, ୧୧ ଗୋରୁ ମୃତ

Published By : Prameya-News7 Bureau | October 11, 2022 IST

ଫୁଲବାଣୀ: ପଡିଆରେ ଚରିବା ବେଳେ ମାରିଲା ବଜ୍ରପାତ ଆଉ ଚାଲିଗଲା ୧୧ ଗୋରୁଗାଈଙ୍କ ଜୀବନ। ମଙ୍ଗଳବାର ଅପରାହ୍ନରେ ସଦର ବ୍ଲକ ବିଶିପଡ଼ା ପଞ୍ଚାୟତ ଅନ୍ତର୍ଗତ ମାଝିପଦର ଗ୍ରାମର ଦେହୁରୀ ସାହିରେ ବଜ୍ରାଘାତ ଘଟି ୮ଟି ଗାଈ ଓ ୩ଟି ବଳଦ ମୃତ୍ୟୁବରଣ କରିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ, ଗାଁର ଗୋରୁଦଳ ନିକଟସ୍ଥ ପଡିଆକୁ ଚରିବା ପାଇଁ ଯାଇଥିଲେ। ଦିନ ଗୋଟାଏରୁ ଦୁଇଟା ମଧ୍ୟରେ ପ୍ରବଳ ବର୍ଷା ହେବାରୁ ଏହି ଗୋରୁଦଳ ଏକ ଗଛ ତଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ଘଟଣା ସ୍ଥଳରେ ୧୧ ଟି ଗୋରୁଗାଈ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ, ମୃତ ଗୋରୁଙ୍କ ମଧ୍ୟରେ ରଣ  ସିଂ ବେହେରା, ସୁଶାନ୍ତ କୁମାର ବେହେରା, ନାମିତ ବେହେରା, ସୁବାଷ ବେହେରା, ଆଶା ବେହେରା , ହର ବେହେରା, ଶ୍ରୀବନ୍ତ ବେହେରା ଓ ନିରଞ୍ଜନ ମଲ୍ଲିକଙ୍କ ଗୋଟିଏ ଲେଖାଏଁ ବଳଦ ରହିଥିବା ବେଳେ ପଦ୍ମ ଚରଣ ବେହେରା, ବେଲଳନେସ ବେହେରା,  କିଶୋର ଚନ୍ଦ୍ର ଦିଗାଲଙ୍କ ଗୋଟିଏ ଲେଖାଏଁ ଗାଈ ଅଛନ୍ତି। ସ୍ଥାନୀୟ ରାଜସ୍ବ ନୀରିକ୍ଷକ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରିବା ସହ କ୍ଷତିଗ୍ରସ୍ତ ଗୋପାଳକ ମାନଙ୍କୁ ସହାୟତା ଯୋଗାଇଦେବାକୁ ପଦକ୍ଷେପ ଆରମ୍ଭ କରିଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.