୧୧ ଅଗଷ୍ଟରେ ରକ୍ଷାବନ୍ଧନ, ଜାଣନ୍ତୁ ଭଦ୍ରା କାଳ ସମୟ, ଏହି ସମୟରେ କାହିଁକି ବାନ୍ଧନ୍ତିନି ରାକ୍ଷୀ?

Published By : Prameya-News7 Bureau | August 07, 2022 IST

ଗଷ୍ଟ ୧୧ ତାରିଖ ଗୁରୁବାର ସାରା ଦେଶରେ ରକ୍ଷାବନ୍ଧନ ପର୍ବ ପାଳିତ ହେବ। ଭାଇ-ଭଉଣୀଙ୍କ ସ୍ନେହର ପର୍ବରେ ଚଳିତ ବର୍ଷ ଭଦ୍ରାକାଳର ଛାଇ ରହୁଛି। ଭଦ୍ରାକାଳରେ ରାକ୍ଷୀ ବାନ୍ଧିବା ଅଶୁଭ ମନେ କରାଯାଏ। ତେବେ ଆସନ୍ତୁ ଜାଣିବା ଚଳିତବର୍ଷ ରକ୍ଷାବନ୍ଧନରେ କେବେ ଆରମ୍ଭ ହେଉଛି ଭଦ୍ରା କାଳ। ପଞ୍ଜିକା ଅନୁସାରେ ୧୧ ଅଗଷ୍ଟ ଅପରାହ୍ନ ୫ଟା ୧୭ ମିନିଟରେ ଭଦ୍ରାର ଲାଞ୍ଜ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ବାଜି ୧୮ ମିନିଟରେ ସମାପ୍ତ ହେବ । ସନ୍ଧ୍ୟା ୬ଟା ୧୮ ମିନିଟରୁ ଭଦ୍ରା ମୁଖ ଆରମ୍ଭ ହୋଇ ରାତି ୮ଟା ପର୍ଯ୍ୟନ୍ତ ରହିବ। ଏହି ସମୟରେ ରକ୍ଷାବନ୍ଧନ ବର୍ଜନିୟ।

{"id":667443,"width":840,"height":630,"sizeSlug":"full","linkDestination":"none"}

ଯଦି କୌଣସି କାରଣରୁ ଏହି ସମୟରେ ରାକ୍ଷୀ ବାନ୍ଧିବାକୁ ପଡେ ତେବେ ପ୍ରଦୋଷ କାଳର ଶୁଭ, ଅମୃତ ଓ ଲାଭ ଚୌଘଡି ଦେଖି ରାକ୍ଷୀ ବାନ୍ଧି ପାରିବେ। ଅଗଷ୍ଟ ୧୧ ତାରିଖ ଦିନ ସନ୍ଧ୍ୟା ୬ଟା ୫୫ ମିନିଟ୍‌ରୁ ରାତି ୮ଟା ୨୦ ମିନିଟ୍ ପର୍ଯ୍ୟନ୍ତ ଅମୃତ କାଳ ରହିବ। ଭାଇର ଦୀର୍ଘ ଆୟୁ ଓ ଉନ୍ନତି ପାଇଁ ସେଦିନ ଭଉଣୀ ରକ୍ଷା ସୂତ୍ର ବାନ୍ଧି ଥାଏ। ୧୧ ଅଗଷ୍ଟ ସକାଳ ୯ଟା ବାଜି ୨୮ ମିନିଟରୁ ରାତି ୯ଟା ୧୪ ମିନିଟ୍ ପର୍ଯ୍ୟନ୍ତ ରାକ୍ଷୀ ବାନ୍ଧିବା ଲାଗି ଶୁଭ ମୁହୁର୍ତ୍ତ ରହିଛି।

{"id":667444,"width":838,"height":472,"sizeSlug":"full","linkDestination":"none"}

ତେବେ ଭଦ୍ରା କାଳରେ ରାକ୍ଷୀ ବାନ୍ଧିବା ବର୍ଜିତ। ପୌରାଣିକ କଥା ଅନୁସାରେ ଲଙ୍କା ରାଜନ ରାବଣର ଭଉଣୀ ଭଦ୍ରା କାଳରେ ରାକ୍ଷୀ ବାନ୍ଧିଥିଲା। ଏଣୁ ରାବଣର ସର୍ବନାଶ ହୋଇଥିଲା। ଭଦ୍ରାକାଳରେ ରାକ୍ଷୀ ବାନ୍ଧିବା ଅଶୁଭ ମନେ କରାଯାଏ। ଏହା ପଛରେ ଆଉ ଏକ କାହାଣୀ ମଧ୍ୟ ରହିଛି। ଶନିଦେବଙ୍କ ଭଉଣୀଙ୍କ ନାମ ଭଦ୍ରା ଥିଲା। ଭଦ୍ରାଙ୍କ ସ୍ୱଭାବ ବହୁତ କ୍ରୁର ଥିଲା। ସେ ସବୁ ମାଙ୍ଗଳିକ କାର୍ଯ୍ୟ, ପୂଜାପାଠ, ଯଜ୍ଞରେ ବିଘ୍ନ କରୁଥିଲେ। ଏଣୁ ଭଦ୍ରାକାଳରେ କୌଣସି ଶୁଭ କାର୍ଯ୍ୟକରିବା ଠିକ୍ ନୁହେଁ। କାରଣ ଏହାର ପରିଣାମ ଅଶୁଭ ହିଁ ହୋଇଥାଏ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.