ଦଶମ ସମେଟିଭ ୱାନ ରେଜଲ୍ଟ ପ୍ରକାଶ, କପି କରି ଧରା ପଡିଛନ୍ତି ୧୪୩ ଜଣ

Published By : Prameya-News7 Bureau | January 18, 2023 IST

କଟକ ୧୮/୦୧: ପ୍ରକାଶ ପାଇଲା ଦଶମ ଶ୍ରେଣୀ ସମେଟିଭ ୱାନ ରେଜଲ୍ଟ । ବୋର୍ଡ ୱେବ୍‌ସାଇଟ୍‌ରେ ରେଜଲ୍ଟ ଉପଲବ୍ଧ । ଫର୍ମ ଫିଲପ କରିଥିଲେ ୫ ଲକ୍ଷ ୩୨୭୪୬ ଛାତ୍ରଛାତ୍ରୀ । ତେବେ ୧୩ ହଜାର ୫୮ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ । କପି କରି ଧରା ପଡିଛନ୍ତି ୧୪୩ ଜଣ ।

ସୂଚନା ଥାଉକି, ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା । ମାର୍ଚ୍ଚ ୧୦ ରୁ ଆରମ୍ଭ ହୋଇ ପରୀକ୍ଷା ୧୭ ଯାଏଁ ଚାଲିବ । ତେବେ ପୂର୍ବ ନୋଡାଲ ଓ ପରୀକ୍ଷା ସେଣ୍ଟରରେ ହେବ ପରୀକ୍ଷା । ସବୁ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଢାଞ୍ଚା ସମ୍ମାନ ରହିବ । ଏଥିପାଇଁ ଛାତ୍ରାଛାତ୍ରୀଙ୍କୁ ପରୀକ୍ଷା ପ୍ରସ୍ତୁତି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋର୍ଡ ସଭାପତି । ଏହାସହ ୩୦୨୯ଟି କେନ୍ଦ୍ରରେ ହେବ ପରୀକ୍ଷା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.