କୃଷ୍ଣପ୍ରସାଦ ସ୍କୁଲ ହଷ୍ଟେଲରେ ରହୁଥିବା ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

Published By : Prameya-News7 Bureau | January 13, 2019 IST

କୃଷ୍ଣପ୍ରସାଦ ୧୩/୧ : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଗିଲିନାସୀ ହାଇସ୍କୁଲରେ ଦଶମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ ହୋଇଛି | ଏନେଇ କୃଷ୍ଣପ୍ରସାଦ ଥାନାରେ ଅଭିଯୋଗ ହୋଇଛି । ସରକାରୀ ଆବାସିକ ସ୍କୁଲ ହଷ୍ଟେଲରେ ରହୁଥିବା ଛାତ୍ରୀଙ୍କୁ ରାତିରେ ଦୁଷ୍କର୍ମ କରି ଦୁର୍ବୁର୍ତ୍ତମାନେ ଫେରାର ହୋଇଯାଇଛନ୍ତି | ଖବର ନେବାରେ ଜଣାପଡିଛି ଯେ, ଗତକାଲି ବିଳମ୍ବିତ ରାତିରେ ହଷ୍ଟେଲ ଠାରୁ ଦୂରରେ ଥିବା ପରିସ୍ରାଗାରକୁ ଯାଇଥିଲେ ଛାତ୍ରୀ | ହଷ୍ଟେଲ ପରିସରରେ କୌଣସି ପାଚେରୀ ନଥିଲା | ପରିସ୍ରାଗାର ପଛପଟେ ଲୁଚି ରହିଥିଲେ ଦୁର୍ବୁର୍ତ୍ତ | ଛାତ୍ରୀ ଜଣକ ଏକ ଥିବାର ଦେଖି ଗିଲିନାସୀ ଗାଁର ଦୁଇ ଜଣ ଯୁବକ ଛାତ୍ରୀଙ୍କୁ ଉଠାଇ ନେଇଥିଲେ | ଦୁଇ ଯୁବକ ହେଲେ ବଦ୍ରି ପ୍ରଧାନ ଓ ଭାଗିରଥି ଗୌଡୁ | ଦୁଇ ଦୁର୍ବୁର୍ତ୍ତ ଛାତ୍ରୀଙ୍କ ଦୁଇହାତକୁ ଭିଡି ମୁହଁକୁ ଜାବୁଡି ପାଖ ଜଙ୍ଗଲକୁ ଟେକି ନେଇଥିଲେ | ପାଖ ଜଙ୍ଗଲରେ ଦୁଇ ଯୁବକ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିବା ଛାତ୍ରୀଙ୍କ ମା ମିନାକ୍ଷୀ ପ୍ରଧାନ କୃଷ୍ଣପ୍ରସାଦ ଥାନାରେ ଅଭିଯୋଗ କରିଛନ୍ତି । ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ପରେ କୃଷ୍ଣପ୍ରସାଦ ପୋଲିସ ଗିଲିନାସୀ ହାଇସ୍କୁଲରେ ପହଁଚିଛି । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.