ମାର୍ଚ୍ଚରେ ୧୦ମ ପରୀକ୍ଷା ନହେଲେ ଆସେସମେଣ୍ଟ ମାର୍କ ଆଧାରରେ କରାଯିବ ମାର୍କିଂ : ଗଣଶିକ୍ଷା ମନ୍ତ୍ରୀ

Published By : Prameya-News7 Bureau | December 25, 2021 IST

ଭୁବନେଶ୍ବର ୨୫।୧୨: ସ୍କୁଲ ପାଇଁ ଆଲର୍ଟ ଜାରି ଅଛି । ସର୍ଭିଲାନ୍ସ ଚାଲିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ନୋଡାଲ ଅଫିସର ଦୈନିକ ରିପୋର୍ଟ ନେଉଛନ୍ତି । ଡିଇଓମାନଙ୍କ ସହ ନିୟମିତ ବୈଠକ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯେଉଁ ନିର୍ଦ୍ଦେଶ ଅଛି, ତାକୁ କଡ଼ାକଡ଼ି ପାଳନ କରାଯାଉଛି । ସରକାରୀ ବିଦ୍ୟାଳୟରେ କୋଭିଡ୍ ସମସ୍ୟା ସେତେ ଆସିନି। ସ୍ବାସ୍ଥ୍ୟ ବିଭାଗ ନିୟମାବଳୀ ଅନୁସାରେ କାର୍ଯ୍ୟକ୍ରମ ହେଉଛି। ଶୁକ୍ରବାର ଏସଆରସି ଯେଉଁ ଗାଇଡ଼ଲାଇନ କରିଛନ୍ତି, ତାକୁ ସମସ୍ତେ ମାନିବେ । ପ୍ରଥମରୁ ପଞ୍ଚମ ଖୋଲିବା ନେଇ ଏ ଯାଏଁ ନିଷ୍ପତ୍ତି ହୋଇନି ।

ଆସନ୍ତା ଜାନୁଆରୀ ୫ ତାରିଖରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଆସେସମେଣ୍ଟ ପରୀକ୍ଷା ହେବ। ଯଦି ମାର୍ଚ୍ଚରେ ପରୀକ୍ଷା ନ ହୁଏ, ଏହି ଆସେସମେଣ୍ଟ ମାର୍କ ଆଧାରରେ ମାର୍କିଂ କରାଯିବ। କୋଭିଡ ନିୟମ ମାନି ପରୀକ୍ଷା ହେବ। ଯେଉଁ ପର୍ଯ୍ୟନ୍ତ କୋର୍ସ ପଢ଼ାଯାଇଛି, ସେତିକି ଯାଏଁ ପରୀକ୍ଷା ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.