ବଲିଉଡର ଏହି ୧୦ଟି ଯୋଡ଼ି ଦୀର୍ଘ ଦିନ ଏକାଠି ରହିବା ପରେ ନେଇଥିଲେ ଅଲଗା ହେବାର ନିଷ୍ପତ୍ତି : ଜାଣନ୍ତୁ କିଏ ଏମାନେ

Published By : Prameya-News7 Bureau | October 15, 2018 IST

୧.ଅର୍ଜ୍ଜୁନ୍ ରାମପାଲ ଏବଂ ମେହର ଜେସିଆ: ଅର୍ଜ୍ଜୁନ ରାମପାଲ ଏବଂ ମେହର ଜେସିଆ ୧୯୯୮ମସିହାରେ ବିବାହ କରିଥିଲେ। ପାଖାପାଖି ୨୦ବର୍ଷ ଏକାଠି ରହିବା ପରେ ସେମାନେ ଅଲଗା ହେବାର ନିଷ୍ପତ୍ତି ନେଇଥିଲେ। ୨.ଅରବାଜ ଖାନ୍ ଏବଂ ମଲାଇକା ଅରୋରା: ଅରବାଜ ଖାନ୍ ଏବଂ ମଲାଇକା ଅରୋରା ୧୯୯୮ମସିହାରେ ବିବାହ କରିଥିଲେ । ୨୦୧୬ମସିହାରେ ସେମାନେ ଅଲଗା ହୋଇଯାଇଥିଲେ। ୩.ଅମିର ଖାନ୍ ଏବଂ ରିନା ଦତ୍ତା: ଅମିର ଖାନ୍ ଏବଂ ରିନା ଦତ୍ତା ୧୯୮୬ମସିହା ଅପ୍ରେଲ ୧୮ତାରିଖରେ ବିବାହ ବନ୍ଧନରେ ଆବଦ୍ଦ ହୋଇଥିଲେ। ୧୬ବର୍ଷ ଏକାଠି ରହିବା ପରେ ୨୦୦୨ରେ ସେମାନେ ଅଲଗା ହୋଇଯାଇଥିଲେ। ୪.ଫରହାନ୍ ଅଖତର ଏବଂ ଅଧୁନା ଭବାନୀ: ଫରହାନ୍ ଅଖତର ଏବଂ ଅଧୁନା ଭବାନୀ ୨୦୦୦ମସିହାରେ ବିବାହ କରିଥିଲେ। ପାଖାପାଖି ୧୬ ବର୍ଷ ପରେ ସେମାନେ ୨୦୧୬ମସିହାରେ ଅଲଗା ହୋଇଯାଇଥିଲେ। ୫.କମଲ ହାସନ୍ ଏବଂ ସାରିକା: କମଲ ହାସନ୍ ଏବଂ ସାରିକା ୧୯୮୮ମସିହାରେ ବିବାହ କରିଥିଲେ। ୨୦୦୪ମସିହାରେ ସେମାନେ ଛାଡ଼ପତ୍ର ଦେଇ ଅଲଗା ହୋଇଯାଇଥିଲେ। ୬.ହ୍ରିତିକ୍ ରୋଶନ୍ ଏବଂ ସୁସାନ୍ ଖାନ୍: ହ୍ରିତିକ୍ ରୋଶନ୍ ଏବଂ ସୁସାନ୍ ଖାନ୍ ୨୦୦୦ମସିହାରେ ବିବାହ କରିଥିଲେ ସୁଦ୍ଧା ୧୪ବର୍ଷ ପରେ ଅଲଗା ହୋଇଯାଇଥିଲେ। ୭.ବିନୋଦ ଖାନ୍ନା ଗୀତାଞ୍ଜଳି: ବିନୋଦ ଖାନ୍ନା ଏବଂ ଗୀତାଞ୍ଜଳି ୧୯୭୧ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହୋଇ ୧୪ବର୍ଷ ପରେ ୧୯୮୫ମସିହାରେ ଛାଡ଼ପତ୍ର ଦେଇ ଅଲଗା ହୋଇଥିଲେ। ୮.ରାହୁଲ ରାୟ ଏବଂ ରାଜଲକ୍ଷ୍ମୀ: ରାହୁଲ ରାୟ ଏବଂ ରାଜଲକ୍ଷ୍ମୀ ୨୦୦୦ମସିହାରେ ବିବାହ କରିଥିଲେ କିନ୍ତୁ ୨୦୧୪ମସିହାରେ ଅଲଗା ହୋଇଯାଇଥିଲେ। ୯.ସୈଫ ଅଲ୍ଲୀ ଖାନ୍ ଏବଂ ଅମୃତା ସିଂହ: ସୈଫ ଅଲ୍ଲୀ ଖାନ୍ ଏବଂ ଅମୃତା ସିଂ ୧୯୯୧ମସିହାରେ ବିବାହ କରି ୨୦୦୪ମସିହାରେ ଅଲଗା ହୋଇଯାଇଥିଲେ। ୧୦.ସଞ୍ଜୟ ଦତ୍ତ ଏବଂ ରିୟା ପିଲାଇ: ସଞ୍ଜୟ ଦତ୍ତ ଏବଂ ରିୟା ପିଲାଇ ୧୯୯୮ମସିହାରେ ବିବାହ କରିଥିଲେ । କିନ୍ତୁ ଏହା ବେଶୀ ଦିନ ତିଷ୍ଠି ପାରିନଥିଲା ।ସେମାନେ ୨୦୦୮ମସିହାରେ ଅଲଗା ହୋଇଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.