୧୦୮୨ ପୋଲିସ କର୍ମଚାରୀଙ୍କୁ ସ୍ୱାଧୀନତା ଦିବସରେ ମିଳିଲା ମେଡଲ, ଉତ୍କୃଷ୍ଟ ସେବା ଲାଗି ହେଲେ ସମ୍ବର୍ଦ୍ଧିତ

Published By : Prameya-News7 Bureau | August 14, 2022 IST

ନୂଆଦିଲ୍ଲୀ ୧୪।୮: ସ୍ୱାଧୀନତା ଦିବସ ଅବସରରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସିଏପିଏଫ) ଓ ରାଜ୍ୟ ପୋଲିସର ୧୦୮୨ ଜଣ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସେମାନଙ୍କୁ ବୀରତା ସମେତ ସେବା ପଦକର ବିଭିନ୍ନ ବର୍ଗରେ ସମ୍ମାନୀତ କରାଯାଇଛି। ରବିବାର ଜାରି ଏକ ଅଧିକାରୀ ବୟାନରେ ବୀରତା ଲାଗି ୩୪୭ ପୋଲିସ ପଦକ, ବିଶିଷ୍ଟ ସେବା ଲାଗି ୮୭ ରାଷ୍ଟ୍ରପତି ପୋଲିସ ପଦକ ଓ ଉଲ୍ଲେଖନୀୟ ସେବା ଲାଗି ୬୪୮ ପୋଲିସ ପଦକ ପ୍ରଦାନ କରାଯାଇଥିବା କୁହାଯାଇଛି।

କେନ୍ଦ୍ରୀୟ ଗୃହମନ୍ତ୍ରାଳୟଙ୍କ ସୂଚନା ଅନୁସାରେ ବୀରତା ଲାଗି ୩୪୭ ପଦକ ମଧ୍ୟରୁ ଜମ୍ମୁ-କାଶ୍ମୀରରେ ବୀରତାପୂର୍ଣ୍ଣ କାର୍ଯ୍ୟ ଲାଗି ୨୦୪ , ବାମପନ୍ଥୀ, ଚରମପନ୍ଥୀ ଅଥବା ନକ୍ସଲ ହିଂସା ପ୍ରବଣ ସ୍ଥାନରେ ବୀରତାପୂର୍ଣ୍ଣ ପ୍ରଦର୍ଶନ ଲାଗି ୮୦ ଓ ପୂର୍ବୋତ୍ତର କ୍ଷେତ୍ରରେ ବାହାଦୂରୀର ପରିଚୟ ପ୍ରଦାନ ପାଇଁ ୧୪ ପୋଲିସ କର୍ମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ଚଳିତବର୍ଷ ସବୁଠୁ ଅଧିକ ୧୦୯ଟି ବୀରତା ପଦକ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)କୁ  ପୁରସ୍କୃତ କରାଯାଇଛି। ଏହା ପଛକୁ ଜମ୍ମୁ-କାଶ୍ମୀର ପୋଲିସକୁ ୧୦୮, ସୀମା ସୁରକ୍ଷା ବଳ (ବିଏସଏଫ)କୁ ୧୯ ଓ ଭାରତ-ତୀବ୍ବତ ସୀମା ପୋଲିସ (ଆଇଟିବିପି) ଓ ସଶସ୍ତ୍ର ସୀମା ବଳ କୁ ୬ଟି ଲେଖାଏଁ ପଦକ ମିଳିଛି। ରାଜ୍ୟ ପୋଲିସ ବଳ ମଧ୍ୟରୁ ୪୨ ବୀରତା ପଦକ ମହାରାଷ୍ଟ୍ର ପୋଲିସକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.